oom

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଆନ୍ତଃ-ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାର ଶୁଭାରମ୍ଭ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଆନ୍ତଃ-ବିଶ୍ଵବିଦ୍ୟାଳୟ ସ୍ତରୀୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ୨୦୨୫ ଫେବୃଆରୀ ୧୯ ବୁଧବାର ଦିନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆନୁକୁଲ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ଦୀର୍ଘ ଛଅ ଦିନଧରି ଅର୍ଥାତ ଚଳିତ ମାସ ୧୯ ରୁ ୨୪ ତାରିଖ ପର୍ଯ୍ୟନ୍ତ ଘଟିବାକୁ ଯାଉଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ଓଡ଼ିଶାର ୧୬ ଟି ବିଶ୍ୱବିଦ୍ୟାଳୟରୁ ପ୍ରାୟ ୬୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇଥିଲେ । ପ୍ରଥମଦିନର ଆରମ୍ଭରେ ସମସ୍ତ ପ୍ରତିଯୋଗୀମାନେ ନିଜ ଦଳର ପଞ୍ଜୀକରଣ କରିଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରତିଯୋଗିତାର ଧ୍ୱଜ ପତାକା ଉତ୍ତୋଳନକରି ଏହାର ଶୁଭାରମ୍ଭର ଆହ୍ୱାନ ଦେଇଥିଲେ । ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀମାନେ ପଦଯାତ୍ରା ପରେ ବିଭିନ୍ନ କଳା ଏବଂ ସଂସ୍କୃତିର ମାଧ୍ୟମରେ ନିଜ ବିଶ୍ୱବିଦ୍ୟାଳୟକୁ ଉପସ୍ଥାପନା କରିଥିଲେ । ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ସନ୍ଧ୍ୟାରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେଇଥିଲା, ଯେଉଁଥିରେ ସମ୍ମାନିତ ଅତିଥି ଭାବରେ ନିଷ୍ଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରିୟଦର୍ଶନ ପାତ୍ର, ବ୍ରହ୍ମପୁର ଏମ୍.କେ.ସି.ଜି. ହସ୍ପିଟାଲର ପୂର୍ବ ପ୍ରଫେସର ନାରାୟଣ ମିଶ୍ର, ମୁଖ୍ୟ ଅତିଥି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ସଚିଦାନନ୍ଦ ନାୟକ, ନୋଡାଲ ଅଧିକାରୀ ଡ଼. ସଦାନନ୍ଦ ନାୟକ ମଞ୍ଚାସୀନ ଥିଲେ । କୁଳପତି ଗୀତାଞ୍ଜଳି ଦାଶ ପ୍ରତିଯୋଗୀମାନଙ୍କୁ ସ୍ଵାଗତ କରିବା ସହିତ ସମସ୍ତଙ୍କୁ ଆଗାମୀ ଦିନର ପ୍ରତିଯୋଗିତା ପାଇଁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.