centurian jitm

ମାଁ ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟୀ ପକ୍ଷରୁ ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ରଙ୍କୁ ଭଵ୍ୟ ସମ୍ବର୍ଦ୍ଧନା

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ସିନେମା ଜଗତର ସ୍ଵନାମଧନ୍ୟ ଅଭିନେତ୍ରୀ ଶୀତଲ ପାତ୍ର ଗୁରୁବାର ମାଁ ରାମଚଣ୍ଡୀ ପୀଠକୁ ଆସି ଅପରୂପ ସୌନ୍ଦର୍ଯ୍ୟ ବେଶରେ ସଜ୍ଜିତ ଦେବୀଙ୍କ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ମାଁଙ୍କ ଆଶିଷ ଲାଭ କରି ସିନେ ଅଭିନେତ୍ରୀ ଶୀତଲ ପାତ୍ର ଅତ୍ୟନ୍ତ ଭକ୍ତି ଭାବନା ର ଏକ ନିଆରା ଅନୁଭବ ଲାଭ କରି ଖୁସିବ୍ୟକ୍ତ କରିଛନ୍ତି । ମାଁଙ୍କ ଆଶିଷରେ ନିଜକୁ ଧନ୍ୟମଣି ମାଁ ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟୀର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ତାଙ୍କୁ ମାଁ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟୀ ତରଫରୁ ଆନୁଷ୍ଠାନିକ ଭାବେ ଅଭିନେତ୍ରୀ ଶୀତଲ ପାତ୍ରଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ମାଁ ରାମଚଣ୍ଡୀଙ୍କ ଚିତ୍ରପଟ୍ଟ ପ୍ରତିମା ଈଶ୍ୱରୀୟ ଉପହାର ସ୍ୱରୂପ ଉପଢୌକନ ଦେଇ ପୁଷ୍ପଗୁଚ୍ଛ ସହ ଭବ୍ୟସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, କମିଟୀ ସଂଯୋଜକ କମଲ କୁମାର୍ ପଣ୍ଡା, ସହ-ସଂଯୋଜକ ତୁଷାର ଶତପଥୀ,ପୂଜା କମିଟୀ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟୀ ସଭାପତି ଅଜୟ ନାୟକ, ସୁଧୀର ମହାରଣା, ବରୁଣ ଚୌଧୁରୀ, ଶଙ୍କର ଚର୍ତ୍ତୀ, ଦଣ୍ଡ ମହାରଣା, ଶିବରାମ ନାୟକ, ବୃନ୍ଦାବନ ନାୟକ, ସମାଜସେବୀ ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅଭିନେତ୍ରୀ ଶୀତଲ ମନ୍ଦିର ପରିସର ବୁଲି ଦେଉଳର ନିର୍ମିତ ଅଟ୍ଟାଳିକା, ଚାରୁକଳା, ନିର୍ମାଣ ଶୈଳୀ, ପୀଠ ପରିସରର ଭୌଗଳିକ ଅବସ୍ଥିତି, ସୁନ୍ଦର ପ୍ରାକୃତିକ ଦୃଶ୍ୟ, ପରିବେଶ ଦେଖି ଅତ୍ୟନ୍ତ ଆନନ୍ଦ ଅନୁଭଵ କରିଥିଲେ । ଦେବୀଙ୍କ ଠାରେ ଭକ୍ତିର ସହ ପୂଜା ଆରାଧନା କରି ଫେରିଥିଲେ ।

Leave A Reply

Your email address will not be published.