ଭୁବନେଶ୍ୱର : ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୭ ତାରିଖ ଯାଏ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ବିଜ୍ଞାନ ବିଭାଗ (ଷ୍ଟ୍ରିମ୍)ର ମାତୃଭାଷା ଓଡ଼ିଆ ପରୀକ୍ଷା ହେବ । ପରୀକ୍ଷା ଦେବେ ୧ଲକ୍ଷ ୧୪ ହଜାର ୯୮୦ ପରୀକ୍ଷା । ମଙ୍ଗଳବାର କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ରେଗୁଲାର ଓ ଏକ୍ସରେଗୁଲାର ମିଶି କରି ସମୁଦାୟ ୩ ଲକ୍ଷ ୯୩ ହଜାର ୬୧୮ଜଣ ପରୀକ୍ଷାର୍ଥୀ ରହିଛନ୍ତି । ରାଜ୍ୟରେ ମୋଟ ୧୨୭୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ୟ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ୩୦ ମିନିଟ୍ ପୂର୍ବରୁ ପହଞ୍ଚିବେ । ୧୫ ମିନିଟ୍ ପୂର୍ବରୁ ପରୀକ୍ଷା ହଲ୍ରେ ପ୍ରବେଶ କରିବେ ।ପୂରା ସିସିଟିଭି ନଜରରେ ପରୀକ୍ଷା ହେବ । ଏହାର ଲାଇଭ୍ ଷ୍ଟ୍ରିମିଂ ଚାଲିବ । ପ୍ରଶ୍ନପତ୍ର ଲିକ୍ ରୋକିବାକୁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । କପି ରୋକିବା ପାଇଁ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଡିପୋ କରାଯାଇଛି । ରାଜ୍ୟରେ ମୋଟ୍ ୩୫ଟି ସ୍କ୍ୱାଡ ଡିପୋ ହୋଇଛି ।ଗୋଟିଏ ସ୍କ୍ୱାଡରେ ୩ଜଣ ସଦସ୍ୟ ଅଛନ୍ତି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି ।