୨୦୨୧ର ପ୍ରଥମ ବ୍ଲକବଷ୍ଟର ଫିଲ୍ମ ମାଷ୍ଟର ୧୫୦ କୋଟି ପାର କଲା

ମୁମ୍ବାଇ : ୨୦୨୧ର ପ୍ରଥମ ବ୍ଲକବଷ୍ଟର ଫିଲ୍ମ ମାଷ୍ଟର ୧୫୦ କୋଟି ପାର କଲା । ତେବେ ଏହି ବ୍ଲକବଷ୍ଟର ଫିଲ୍ମଟି ସୁପରଷ୍ଟାର ବିଜୟଙ୍କର ହୋଇଥିବା ବେଳେ ରିପୋର୍ଟ ମୁତାବକ ଏହି ଫିଲ୍ମ ଏବେ ହାଉସ ଫୁଲରେ ଚାଲିବା ସହ ୧୫୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । ତାମିଲନାଡୁରେ କେବଳ ଏହି ଫିଲ୍ମ ୯୬ କୋଟି, ଆନ୍ଧ୍ରପ୍ରଦେଶରେ ୨୪, କର୍ଣ୍ଣାଟକରେ ୧୪ ଓ ଉତ୍ତର ଭାରତରେ ୫ କୋଟି ଆୟ କରିଛି । ଓଭରସିଜରେ ଏହା ୪.୬ ମିଲିୟନ ଡଲାର ଆୟ କରିସାରିଛି । ଏବେ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା କରାଯାଉଛି । ତେବେ କରୋନା କଟକଣା ନିୟମ ଉଲ୍ଲଂଘନ ନେଇ କେତେକ ଥିଏଟର ମାଲିକଙ୍କ ଉପରେ କେସ ରୁଜୁ କରାଯାଇଛି ।

Leave A Reply

Your email address will not be published.