oom

ରାୟଗଡା ଡିଜିଟାଲ ମିଡ଼ିଆ ସଙ୍ଘର ବନ୍ଧୁମିଳନ

jsmm

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଡିଜିଟାଲ ମିଡ଼ିଆ ସଙ୍ଘର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବ ରାୟଗଡା ପିତାମହଲର ବନଦୁର୍ଗା ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅତିରିକ୍ତ ଅଧିକାରୀ ଡମ୍ବୁରୁଧର ପଣ୍ଡା ଯୋଗଦେଇ ଥିବା ବେଳେ ଡିଜିଟାଲ ମିଡ଼ିଆ ସଙ୍ଘର ସଭାପତି ଅଞ୍ଜନ ନାଏକ, ପୂର୍ବତନ ସଭାପତି ଆଶୁତୋଷ ପଟ୍ଟନାୟକ, ସମ୍ପାଦକ ସନ୍ତୋଷ ବେହେରା, ଉପଦେଷ୍ଟା ପ୍ରସାଦ ଲିମା, ଉପ ସଭାପତି ଗୋପୀନାଥ ଗୌଡ଼, କେ.କେ.ଏମ୍‌. ପଟ୍ଟନାୟକ ମଞ୍ଚାସୀନ ଥିଲେ । । ବନ୍ଧୁମିଳନ କାର୍ଯ୍ୟକର୍ମରେ ଖଗେଶ୍ୱର ସିଂ ସଭା ପରିଚାଳନା କରିଥିଲେ । ରାୟଗଡା ଜିଲ୍ଲାର ୧୧ଟି ବ୍ଳକର ଡିଜିଟାଲ ମିଡିଆର ସାମ୍ବାଦିକମାନେ ଉପସ୍ଥିତ ରହି ସମ୍ବାଦିକଙ୍କ ଭୂମିକା କଣ ରହିଛି, କଣ ରହିବ ଉଚିତ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଅଧିକାରୀଙ୍କୁ ସାମ୍ବାଦିକଙ୍କ ପାଇଁ ପାତର ଅନ୍ତର ନରଖି ସମସ୍ତଙ୍କୁ ସମ୍ମାନ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ । ଅତିରିକ୍ତ ସୂଚନା ଅଧିକାରୀ ଗୁଗୁଲ ମିଟ କରିବା ପାଇଁ ଉପଦେଶ ଦେଇ ଉପସ୍ଥିତ ନୂତନ ସଭ୍ୟଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉପଢେ଼ଖøକନ ଦେଇ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.