csstore

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାର ଆଭାଷୀ ମାଧ୍ୟମରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିକଶିତ ଗାଁ, ବିକଶିତ ଓଡ଼ିଶା ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପିତ କରିଛନ୍ତି । ଯୋଜନା ନେଇ ରାଜ୍ୟର ଗ୍ରାମାଞ୍ଚଳରେ ଭିତ୍ତିଭୂମୀର ବିକାଶ ପାଇଁ ଆମ ସରକାର ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଏହି ଯୋଜନାର ଲୋକାର୍ପଣ କାର୍ଯ୍ୟକ୍ରମ ଅବସରରେ ଟିଟିଲାଗଡ଼ର ଉପ ଜିଲ୍ଲାପାଳ ରେହାନ ଖତ୍ରୀ, ବିଡ଼ିଓ ଚନ୍ଦ୍ରମଣି ସୁନା, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ସ୍ଥାନୀୟ ଲୋକ ପ୍ରତିନିଧି, ବ୍ଲକ ପ୍ରଶାସନର ଅଧିକାରୀ କର୍ମଚାରୀ ତଥା ସହସ୍ରାଧିକ ଜନତା ଯୋଗଦେଇଥିଲେ । ଏହି ଯୋଜନା ଅନ୍ତର୍ଗତ ଟିଟିଲାଗଡ଼ ବ୍ଲକର ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ବିଧାୟକ ନବୀନ ଜୈନ ।

jayashree
Leave A Reply

Your email address will not be published.