oom

ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଏତଲା

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ଜଲପାଙ୍କେଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସୁରେଶ କୁମାର ମେହେର ଜଣେ ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ସଂପୃକ୍ତ ଛାତ୍ରଙ୍କ ବାପା ଲବ ମେହେର ଥାନାରେ ଏତଲା ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ଲବଙ୍କ ପୁଅ ସୁବାସ ମେହେର ଲାଠୋର ଦୂର୍ଗେଶ୍ଵରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ଗତ ସୋମବାର ଦିନ ୨.୩୦ରେ ଛାତ୍ର ଜଣକ ନିଜ ସାଙ୍ଗ ଭୀଷ୍ମ ହଂସଙ୍କ ସହ କଲେଜ ଛକ ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରୁ ଭୋଜି ଭାତ ଖାଇ ଫେରୁଥିଲେ । ଏତିକି ବେଳେ ଜଲପାଙ୍କେଲ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷକ ସୁରେଶ ସୁବାସଙ୍କୁ ତାଙ୍କ ବାପା ଡାକୁଛନ୍ତି କହି ବିଦ୍ୟାଳୟ ପଛ ପଟକୁ ଡାକି ନେଇ ସୁବାସଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଟିସାର୍ଟ ଫାଡ଼ି ଦେଇଥିବା ଅଭିଯୋଗ ହୋଇଛି । ମାଡ଼ ଜୋର୍‌ ହୋଇଥିବା ଯୋଗୁଁ ଛାତ୍ରଙ୍କ ବେକ ଏବଂ ମୁହଁରେ ଦାଗ ରହିଥିବା କୁହାଯାଇଛି । ମାଡ଼ ମାରି ସାରିବା ପରେ ସଂପୃକ୍ତ ଛାତ୍ରଙ୍କ ବାପାଙ୍କୁ ଶିକ୍ଷକ ଜଣକ ଫୋନ କରି ତୁମ ପୁଅକୁ ମୁଁ ମାଡ଼ ମାରିଛି ବୋଲି କୁଆଡେ଼ କହିଥିଲେ । ଅନ୍ୟ ବିଦ୍ୟାଳୟର ଛାତ୍ରଙ୍କୁ ଶିକ୍ଷକ କାହିଁକି ମାଡ଼ ମାରିଲେ ତାହା ବୁଝା ପଡୁନାହିଁ ବୋଲି ଛାତ୍ରଙ୍କ ବାପା ପ୍ରକାଶ କରିଛନ୍ତି । ଏନେଇ ସଂପୃକ୍ତ ଶିକ୍ଷକଙ୍କ ମତାମତ ମିଳି ପାରିନାହିଁ । କିନ୍ତୁ ସୂଚନାଯୋଗ୍ୟ ଯେ ସମ୍ପୃକ୍ତ ଶିକ୍ଷକ ଶ୍ରୀ ମେହେର ଥାନାରେ କ୍ଷମା ମାଗି ଆପୋସି ବୁଝାମଣା କରିଦେଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି, ଜଣେ ଶିକ୍ଷକଙ୍କ ନାମରେ ଥାନାରେ ଏତଲା ହେଉଛି ଏବଂ ପୁଣି ଆପୋସି ବୁଝାମଣା ହେଉଛି । କିନ୍ତୁ ଏନେଇ ସ୍କୁଲ ପ୍ରଧାନ ଶିକ୍ଷକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ କିଛି ଖବର କରିନାହାନ୍ତି ବୋଲି ଆଲୋଚନା ହେଉଛି । ଆଗକୁ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଶିକ୍ଷା ବିଭାଗ କିପରି କାର୍ଯ୍ୟନୁଷ୍ଠାନ ନେଉଅଛି ଦେଖିବାକୁ ବାକି ରହିଲା ।

jittmm
Leave A Reply

Your email address will not be published.