ସମ୍ବଲପୁର, (ନିରୋଜ କୁମାର ପାଣୀ) : ଦଶମ ଶ୍ରେଣୀ ପରୀକ୍ଷା ପାଖେଇ ଆସିବା ସାଙ୍ଗେ ସାଙ୍ଗେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ମନ ଆଶଙ୍କିତ ହୋଇଉଠୁଛି । ତତ୍ ସଂଗେ ସଂଗେ ପିତାମାତା ତଥା ଅଭିଭାବକ ମାନଙ୍କର ମନ ମଧ୍ୟ ଉଦ୍ବେଳିତ ହୋଇଉଠୁଛି । ସେମାନଙ୍କୁ କିଛିଟା ପ୍ରବୋଧନ ଦେବା ପାଇଁ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନକାଉଡ଼ା ଶ୍ରୀମତୀ ସେବଶ୍ରୀ ଭୋଇ ସ୍ୱତନ୍ତ୍ର ଭାବରେ ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ ମାନଙ୍କ ଗୃହ ପରିଦର୍ଶନ । ଘରକୁ ଘର ବୁଲି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ଟିପ୍ ଦେଉଛନ୍ତି । ପରୀକ୍ଷା ସମୟରେ କିପରି ନିଜ ମନକୁ ଏକାଗ୍ର କରି ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ତା’ ଉପରେ ଦିଗଦର୍ଶନ ଦେଉଛନ୍ତି । ପରୀକ୍ଷା ସମୟରେ ପିତାମାତା ଛାତ୍ରଛାତ୍ରୀ ମାନଙ୍କର କିପରି ଯତ୍ନ ନେବେ ବୁଝାଉଛନ୍ତି । ଗତକାଲି ଲେଡି ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ମେଧାବୀ ଛାତ୍ରୀ ଅଙ୍କିତା ପ୍ରଧାନ ଓ ଅର୍ପିତା ପ୍ରଧାନଙ୍କ ଘରେ ପହଂଚି ଛାତ୍ରୀମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବାକୁ ଚେଷ୍ଟା କରିଥିଲେ । ତାଙ୍କ ସାଥିରେ ଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ କୁମାର ଲୁହା । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଏହି ପ୍ରୟାସ ପିତାମାତା ତଥା ଅଭିଭାବକ ମହଲରେ ବହୁତ ଆଦୃତ ହେଉଛି । ପରୀକ୍ଷା ଶେଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଶ୍ରୀମତୀ ଭୋଇ ସୂଚନା ଦେଇଛନ୍ତି ।