୪ର୍ଥ ତୋଷାଳୀ ମହୋତ୍ସବ ଉପଲକ୍ଷେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଚତୁର୍ଥ ତୋଷାଳୀ ମହୋତ୍ସବ ଉପଲକ୍ଷେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ଅଡିଟୋରିୟମ ଠାରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ପର୍ବ ନିଷାନର ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୁଡଭେଲା ବିଡିଓ ରାମଦତ୍ତ ଭୋଇ ଯୋଗ ଦେଇ ୧୦ଟି ଜିଲ୍ଲାରୁ ଆସିଥିବା ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଯୋଗଦେଇ ସାହିତ୍ୟର ନବ ଜାଗରଣ ଯୁବ ସମାଜ ହାତରେ ନିର୍ଭର କରେ ବୋଲି ମତପୋଷଣ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜମଣି ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋସଲ ସାହିତ୍ୟ ଏକାଡ଼େମୀର ସଭାପତି ଡ. ଦେବେନ୍ଦ୍ର ନାଏକ, ଡ. ବନବାସ ମେହେର, ଡ. ସୁଧାଂଶୁ ମେହେର, ତୋଷାଳୀ ମହୋତ୍ସବ କମିଟିର ସଭାପତି ବ୍ରହ୍ମାନନ୍ଦ ପାଣ୍ଡିଆ, ଦେବବ୍ରତ ପାଣିଗ୍ରାହୀ ଓ ୟୁଥ୍ ଏକ୍ସନ୍ କମିଟି ସଭାପତି ଲିସନ କୁମାର ପ୍ରଧାନ ଯୋଗ ଦେଇଥିଲେ । ନିଷାନ୍ ସଂପାଦକ ଆଶୁକବି ଡ. ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ ଓ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଆଶୁକବି ଡ. ଦାଶଙ୍କର ଏକପଦି କୋସଲି କବିତା ସଙ୍କଳନ “ଭାବର୍ ମହକ୍” ସମେତ ରାଜୀବ ପଟେଲଙ୍କ କୋସଲି କବିତା ଝରନ୍ ଓ କୋସଲି କଥାନି ଝରନ୍, ଦେବାଶିଷ ମହାପାତ୍ରଙ୍କ ଇଂରାଜୀ ପୁସ୍ତକ ଓ ଗୌରାଙ୍ଗ ପାଣ୍ଡେଙ୍କ ନୂଆ ସକାଳ ପବ୍ଲିକେଶନର ଜାନୁଆରୀ ଏହିପରି ୫ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସବୁଜ ସେନାନୀ ସମ୍ମାନ ରାମଦତ୍ତ ଭୋଇଙ୍କୁ ପ୍ରଦାନ କରାଯାଇଥିବା ବେଳେ ଊମା ଶଙ୍କର ସିଂଙ୍କୁ ସ୍ୱର୍ଗତ ରମେଶ ପ୍ରଧାନ ସ୍ମୃତି ସମ୍ମାନ, ରାଜମଣି ସାହୁ, ଡ. ଶ୍ୟାମସୁନ୍ଦର ପ୍ରଧାନ ଓ ଲିଲି ପଟେଲଙ୍କୁ ତୋଷାଳୀ ସାରସ୍ଵତ ସମ୍ମାନ, ଡ. ନିରଞ୍ଜନ ପଣ୍ଡା ଓ ଡ. ତନ୍ମୟୀ ଅଗସ୍ତିଙ୍କୁ ସିଆନି-ଗୁସିଆଁ ସମ୍ମାନ, ସୁଶାନ୍ତ ମିଶ୍ରଙ୍କୁ ବ୍ୟଙ୍ଗକବି ସମ୍ମାନ, ଡ. ବନବାସ ମେହେରଙ୍କୁ ନିଷାନ୍ ନାଟକ ସମ୍ମାନ, ସାବିତ୍ରୀ ସାହୁଙ୍କୁ ନିଷାନ୍ ଅଠାରି କବିତା ସମ୍ମାନ, ସରସ ପ୍ରଧାନ ଓ ଶମ୍ଭୁ ପ୍ରସାଦ ସାହୁଙ୍କୁ ନିଷାନ୍ ସାମ୍ବାଦିକ ସମ୍ମାନ, ଗୌରାଙ୍ଗ ପାଣ୍ଡେଙ୍କୁ କୋସଲି ଭାଷା ପ୍ରଚାରକ ସମ୍ମାନ ଓ କୋସଲି ଡେରା ପାଟଣାଗଡ଼କୁ ନିଷାନ୍ କଲାପଟା ସମ୍ମାନ ପ୍ରଦାନ କରାଯାଇଥିଲା । ନିଷାନ୍ କୁଟୁମ୍‌ର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.