କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଯୋଗଦେଲେ ପୂର୍ବତନ ବିଧାୟକ ସରୋଜ
ପାଟଣାଗଡ : ପାଟଣାଗଡ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମ ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରି ବିଜେତା ଓ ଉପ ବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଖେଳପ୍ରେମୀ ଦର୍ଶକ ଓ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିବା ନେଇ ଦେଖିବାକୁ ମିଳିଥିଲା ।