oom

ଇଚ୍ଛାପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଆଦିବାସୀ ହରିଜନ ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ଇଚ୍ଛାପୁର ଆଶ୍ରମ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନସେବକ ମୋହନ କୁମାର କୁଅଁରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଏହି ଉତ୍ସବରେ ଡୁଙ୍ଗୁରିପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାରା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଦେବଯାନୀ ବେହେରା, ଆର୍‌ଡବ୍ଲୁଏସ୍‌ଏସ୍‌ ଏ. ଇ ହିମାଦ୍ରୀ ପ୍ରଧାନ, ଜିପିଡିଓ ଦେବାଶିଷ ମହାନନ୍ଦ, ଏସ୍‌ଏମ୍‌ସିର ସଭାପତି ବୀରବର ବରିହା ଉପସ୍ଥିତ ରହି ରାଷ୍ଟ୍ରପତି ଏ. ପି ଜେ ଅବଦୁଲ କାଲାମଙ୍କ ଭଳି ସ୍ୱପ୍ନ ଦେଖିବା, ଆତ୍ମ ବିଶ୍ୱାସ ରଖିବା, ସମୟର ସଦୁପଯୋଗ କରି ଭଲ ମଣିଷଟିଏ ହେବା ପାଇଁ ପ୍ରେରଣା ଦେଇଥିଲେ । ଏଥିରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଦୀନବନ୍ଧୁ ଭୁଏ । ସହଯୋଗ କରିଥିଲେ ଶିକ୍ଷକ ଅମର ମେହେର, ବ୍ରଜରାଜ ବିଶ୍ୱାଳ, ସତ୍ୟବାଦୀ ପୁଟେଲ, ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ପଣ୍ଡା, ସୁଷମା ଦାସ, ମେଟ୍ରୋନ ଅରୁନ୍ଧତୀ ବେରିଆ, ରୀନା ପୁଟେଲ, ସିସିଏ ଉମା ବରିହା, ଗୌରୀ ବରିହା । ଏହି ଉତ୍ସବରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରେ ସେମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା – ନାଚ, ରାଧା ମାଜିଷ୍ଟ୍ରେଟେ, ସମ୍ବଲପୁରୀ ଡ୍ରାମା ‘ଝି ଜନମ ପାପ କେଁ ?’ ପରିବେଷଣ କରାଯାଇଥିଲା । ଶେଷରେ ଶିକ୍ଷକ ଶରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.