ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ମାନବିକତା ଦେଖାଇଲେ ବିନ୍ଧ୍ୟ ବାସିନୀ ସ୍ନାତକ ଛାତ୍ରଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ କଲେଜ ସମ୍ମୁଖରେ କଲେଜର ସ୍ନାତକ ଛାତ୍ରମାନେ ଏକ ଅସହାୟ ରୋଗୀ ବ୍ୟକ୍ତିଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ଏହି ଅସହାୟ ବ୍ୟକ୍ତି ଗତକାଲିରୁ ଆସି ଆଉ ଆଗକୁ ଯାଇ ପାରିନଥିଲେ । ଆଜି ସକାଳୁ ଛାତ୍ରମାନେ ଆସି ଅସହାୟଙ୍କୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ହେଲେ ପୋଲିସ ଖବର ପାଇଲା ପରେ ମଧ୍ୟ ନ ଆସିବାରୁ ଏହି ସ୍ନାତକ ଛାତ୍ରଗଣ ମାନେ ୧୦୮କୁ ଫୋନ କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି । ଅସହାୟ ରୋଗୀ ଜଣକ ସମ୍ବଲପୁର ନିକଟସ୍ଥ ଉମାଧୁମାର ଗ୍ରାମର ସନାତନ ପଣ୍ତା ବୋଲି ଜଣା ପଡିଛି । ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ଛାତ୍ରଗଣ ହସମୁଖ ପଟେଲ, ଚନ୍ଦନ ବାରିକ, କୃପାସିନ୍ଧୁ ବରିହା, ରୁତୁରାଜ ପ୍ରଧାନଙ୍କ ସମେତ ସମସ୍ତେ ମଶି ମାନବିକତା ଦେଖାଇ ଥିବାରୁ ଅଞ୍ଚଳର ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.