ଢୁଲୁସର ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ

  • ଜେଏଫ୍‌ଏ ଢୁଲୁସର ବିଜୟୀ ହୋଇ ଫାଇନାଲକୁ ଉନ୍ନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ ତରଫରୁ ଅନୁଷ୍ଠିତ ବିନୋଦ ସ୍ମାରକୀ ଫୁଟବଲ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଜେଏଫ୍‌ଏ ଢୁଲୁସର ୪-୩ ଗୋଲରେ ଜିୱାଇଡିସି ନକଟାସରକୁ ହରାଇ ଫାଇନାଲକୁ ଉନ୍ନିତ ହୋଇଛି । ଅତିଥି ଭାବେ ସଦାଇପାଲି ଗ୍ରାମ ପଂଚାୟତ ସମିତି ସଭ୍ୟ ଗୋଲାପ ବାଗ, ଫ୍ରେଣ୍ଡସ୍‌ କ୍ଲବ ସଂପାଦକ ଜଗନ୍ନାଥ ମିଶ୍ର, ପୂର୍ବତନ ଖେଳାଳି ମନୋଜ କୁମାର ମିଶ୍ର, ରଂଜିତ ବନଛୋର ଓ ମଧୁ ବନଛୋର ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱର୍ଗତ ବିନୋଦ କୁମୁରାଙ୍କ ବାପା ରାମ କୁମାର କୁମୁରା ଓ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦ ମଂଚାସୀନ ଥିଲେ । ପୂର୍ବତନ ଖେଳାଳି ପ୍ରଦୀପ ମହାରଣା, ଦିଲ୍ଲୀପ ସେଠ, ରାଜେଶ୍ୱର କୁମୁରା, କୃପାସିନ୍ଧୁ ସାହୁ, କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, କ୍ରୀଡାବିତ୍‌ ପ୍ରଫୁଲ୍ଲ ବଗର୍ତ୍ତି, ପୂର୍ବତନ ଖେଳାଳି ଲୋକନାଥ କୁମୁରା, ଶ୍ରୀବତ୍ସ କୁମୁରା ପ୍ରମୁଖ ଉପସ୍ଥିତ ଥିଲେ । ଖେଳକୁ ସଂଜୀବ ମହାରଣା, ତ୍ରିନାଥ ଚନ୍ଦନ, ଜଳନ୍ଧର ସାହୁ, ସଞ୍ଜନ କୁଦେଇ ପରିଚାଳନା କରିଥିବା ବେଳେ ଦେବରାଜ ନାହାକ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ୨୯ତାରିଖ ବୁଧବାର ଜେକେୱାଇଏସ୍‌ କାଲସାଏପାଲି ବନାମ ଫୌଜି କ୍ଲବ ଲୁଚକିବନ୍ଧ ମଧ୍ୟରେ ଖେଳ ହେବ ବୋଲି ଆୟୋଜନ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.