କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍‌ ଥିବା ଦୁଇଟି ଗାଡି ମଧ୍ୟରେ ଧକ୍କା, ୨ଜଣ ଆହତ

ଭୋପାଳ : ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍‌ ଥିବା ଦୁଇଟି ଗାଡି ମଧ୍ୟରେ ଧକ୍କା ହେବା ଫଳରେ ୨ଜଣ ଆହତ ହୋଇଥିବାର ଖବର ମିଳିଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇନାହିଁ । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର ଗ୍ୟାସ୍‌ ପ୍ଲାଣ୍ଟ ଓ ଏକ ବିଦ୍ୟାଳୟ ଭବନ ଉଦଘାଟନ କରି ଫେରୁଥିବା ବେଳେ ତାଙ୍କ ପଛେ ପଛେ ଆସୁଥିବା ଦୁଇଟି ଗାଡି ଭିତରେ ଧକ୍କା ହୋଇଥିଲା । ଗୋଟିଏ ଗାଡିର ବ୍ରେକ୍‌ ଫେଲ୍‌ ହେବାରୁ ତାହା ସାମ୍ନାରେ ଥିବା ଗାଡିକୁ ଧକ୍କା ଦେଇଥିଲା । ବେତୁଲର ଏସଡିଏମ୍‌ ସିଏଲ୍‌ ଚିନାପଙ୍କ ଗାଡିର ବ୍ରେକ୍‌ ଫେଲ୍‌ ହେବାରୁ ତାହା ଅମଲା ବିଧାୟକ ଡାକ୍ତର ଯୋଗେଶ ପଣ୍ଡାଗ୍ରେଙ୍କ ଗାଡିକୁ ପିଟିଥିଲା । ଏହାଫଳରେ ଅମଲା ବିଧାୟକ ଡାକ୍ତର ଯୋଗେଶ ପଣ୍ଡାଗ୍ରେଙ୍କ ଗାଡିରେ ଥିବା ନିରାପତ୍ତା ରକ୍ଷୀ ବିବେକ ବର୍ମା ଗୁରୁତର ଆହତ ହୋଇଥିଲେ । ଅପରପକ୍ଷରେ ବିଧାୟକଙ୍କ ଗାଡି ଭିତରେ ବସିଥିବା ସାଂସଦ ଦୁର୍ଗାଦାସ ଉଇକେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

Leave A Reply

Your email address will not be published.