୧୧ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୧୧ ଫୁଟର ଅଜଗର ସାପ ଉଦ୍ଧାର ବୋଲି ଖ଼ବର ମିଳିଛି । ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀଗୁମୁଲା ଗାଁରେ ନୂଆ ବନ୍ଧର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମେସିନ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଳା ଯାଉଥିଲା । ଉକ୍ତ ନାଳ ଖୋଲିବା ସମୟରେ ଗୋଟିଏ ବଡ଼ ପାଇପ ମଧ୍ୟରୁ ଦୁଇଟି ଅଜଗର ସାପକୁ ଦେଖିବାକୁ ମିଳିଥିଲା । ତେବେ ଗୋଟିଏ ଅଜଗରକୁ ଜେସିବି ଚାଳକଙ୍କ ସାହାଯ୍ୟରେ ଧରାଯାଇଥିବା ବେଳେ ଅନ୍ୟ ଅଜଗରଟି ଜେସିବିର ଇଞ୍ଜିନ ଭିତରକୁ ଚାଲିଯାଇଥିଲା । ଯାହା ଫଳରେ ତାକୁ ବାହାର କରିବା କଷ୍ଟକର ହୋଇ ପଡିଥିଲା । ପରେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିବା ପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ପ୍ରଥମେ ସାତ ଫୁଟର ଅଜଗର ସାପକୁ ଉଦ୍ଧାର କରିଥିଲେ । ଏହାପରେ ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ଅନ୍ୟ ଗୋଟିଏ ଅଜଗର ଯାହାର ଲମ୍ବ ୧୧ ଫୁଟ ହେବ ତାକୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.