ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବୈଦିକ ଯଜ୍ଞ ପୀଠରେ ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯଜ୍ଞ ବ୍ରହ୍ମା ଭାବରେ ପଣ୍ଡିତ କବିନ୍ଦ୍ର ବ୍ରହ୍ମଚାରୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ସଚେତନ ମୁନି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଭାପତି ଦେବରାଜ ବେହେରା ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଯଜମାନ ଭାବରେ ହେମାସାଗର ବଢେଇ ଏବଂ ତାଙ୍କ ଧର୍ମପତ୍ନୀ ସ୍ୱର୍ଣ୍ଣକାନ୍ତି ବଢେଇ ଯୋଗ ଦେଇଥିଲେ । ଏଠାରେ ଯଜ୍ଞ ଓ ପ୍ରବଚନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁ ଯୋଗଦେଇ ଅଞ୍ଚଳର ତଥା ବିଶ୍ଵର ମଙ୍ଗଳ କାମନା କରି ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ । ତେବେ ଏହି ପବିତ୍ର ଉତ୍ସବରେ ଆର୍ଯ୍ୟ ପ୍ରବଚକ ପଣ୍ଡିତ କବିନ୍ଦ୍ର ବ୍ରହ୍ମଚାରୀ ତାଙ୍କର ସୁନ୍ଦର ମତାମତ ରଖିଥିଲେ । ବର୍ତ୍ତମାନ ସାମାଜର ସ୍ଥିତିକୁ ଆଖି ଆଗରେ ରଖି ଲୋକ ମାନଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତା ଚେତନାକୁ ଜାଗ୍ରତ କରିବା ପାଇଁ ହେଲେ ଏଭଳି ସବୁ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ଆହୁରି ଅଧିକମାତ୍ରାରେ କରିବା ପାଇଁ ଅନୁରୋଧ କରିଥିଲେ ଏବଂ ଯାହାଫଳରେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । ତେବେ ଦୀର୍ଘ ୨ ବର୍ଷ ହେବ ଏଠାରେ ସଂକ୍ରାନ୍ତି ପାଳନ ଅବସରରେ ବୈଦିକ ଯଜ୍ଞ କରି ଆସୁଥିବାରୁ ଆଗାମୀ ଦିନରେ ଏହି ଅଞ୍ଚଳରେ ଆଧ୍ୟାତ୍ମିକ ଜ୍ଞାନର ବୃଦ୍ଧି ପାଇଁ ଆହୁରି ଅନେକ ଗୁଡ଼ାଏ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସମିତିର ସମ୍ପାଦକ ଗାର୍ଗବ ବଢେଇ ପ୍ରକାଶ କରିଥିଲେ । ଯଜ୍ଞ କାର୍ଯ୍ୟ ସମ୍ପନ୍ନ ପରେ ଉପସ୍ଥିତ ସମସ୍ତ ଭକ୍ତମାନେ ପ୍ରସାଦ ସେବନ କରିଥିବା ବେଳେ ପରମାନନ୍ଦପୁର ଗ୍ରାମର ଯୁବକ ମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ପରିଶେଷରେ ସମିତିର ସଦସ୍ୟ ଡିଲେଶ୍ୱର ବଢେଇ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Next Post