ସୋମବାର ଠୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର

କେଉଁଝର, (କେପିଏନ୍‌ଏସ୍‌) : ଦୀର୍ଘ ଦଶ ମାସରୁ ଅଧିକ ହେବ ବି‌ଶ୍ୱ ମହାମାରୀ କରୋନା ଯୋଗୁଁ ସମସ୍ତ ମ‌ନ୍ଦିର ବ‌ନ୍ଦ ରହିଥିବା ବେଳେ ଆସନ୍ତା ସୋମବାର ଠୁ ଖୋଲିବ କେଉଁଝର ଜିଲ୍ଲା ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । ତେବେ କରୋନା ପ୍ରଭାବ ମଧ୍ୟରେ ମନ୍ଦିର ଖୋଲିବାକୁ ଥିବାରୁ ଭକ୍ତଙ୍କ ପାଇଁ ଏସଓପି ଜାରି କରାଯାଇଛି । ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ୩୦ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ୩୦ ପର୍ୟ୍ୟନ୍ତ ଦର୍ଶନ କରିବେ ଭକ୍ତ । ଏକାସଙେ୍‌ଙ୍ଗ ୨୫ରୁ ୩୦ଭକ୍ତଙ୍କୁ ମନ୍ଦିର ବେଢ଼ା ଭିତରକୁ ପ୍ରବେଶ ଅନୁମତି ଦିଆଯାଇତିବା ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ । ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ ମନା । ପ୍ରସାଦ ବିକ୍ରି, ଭୋଗ, ଧୂପ, ଚନ୍ଦନ, ସିନ୍ଦୁର ବାରଣ କରାଯାଇଥିବା ବେଳେ କେବଳ ଦର୍ଶନ ଅନୁମତି ମିଳିବ । ମନ୍ଦିର ଭିତରେ ଦୋକାନ ଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ବନ୍ଦ ରହିବ । ସକାଳ ଆଳତି, ଅନ୍ନ ପ୍ରସାଦ ନୀତି, ସନ୍ଧ୍ୟା ଆଳତି ଓ ପହଡ଼ ଆଳତିରେ କୌଣସି ଭକ୍ତ ରହିବେ ନାହିଁ । ମନ୍ଦିର ଭିତରେ ଭକ୍ତଙ୍କୁ ଚୂଳ ସମର୍ପଣ କରିବା ପାଇଁ ଅନୁମତି ନାହିଁ ।

Leave A Reply

Your email address will not be published.