ସୁବର୍ଣ୍ଣପୁର/ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ଡୁଙ୍ଗୁରିପାଲି ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ଜୁଲୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜୟପ୍ରକାଶ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟବକ୍ତା ଭାବରେ ମାନନୀୟ ସଂକୁଳ ପ୍ରମୁଖ ବଳରାମ ପଧାନ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିବା ବେଳେ ସଂକୁଳ ସଂଯୋଜକ ବିଭୂତି ଭୂଷଣ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ୮ଟି ବିଦ୍ୟାଳୟର ୧୭୨ ଜଣ ପ୍ରତିଯୋଗୀ ୪୮ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୨୪ ଜଣ ନିର୍ଣ୍ଣାୟକ ଖେଳ ପରିଚାଳନା କରିଥିଲେ । ଉଦ୍ଯାପନୀ ସମାରୋହ କାର୍ଯ୍ୟକ୍ରମରେ ମାନନୀୟ ସଞ୍ଜୟ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଦୀପ ପ୍ରଜ୍ୱଳନ କରିଥିଲେ । ପରିଚାଳନା ସମିତିର ସଂପାଦକ ଡୋଳାମଣି ସେଠ, କୋଷାଧ୍ୟକ୍ଷ ଭାଗୀରଥି ମେହେର, ଯୁଗ୍ମ ସଂପାଦକ ଦିଲ୍ଲୀପ ସାହୁ, ସଦସ୍ୟା ଶ୍ରୀମତୀ ସୀମା ପଧାନ, ସଦସ୍ୟା ଶ୍ରୀମତୀ ରେଣୁକା ପଧାନ, ବୃନ୍ଦାବନ ବିଶ୍ୱାଳ ମଞ୍ଚାସୀନ ଥିଲେ । ସଂକୁଳ କ୍ରୀଡା ପ୍ରମୁଖ ମନୋଜ ନାୟକ ବୃତ୍ତ କଥନ କଲାପରେ କୃତି ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଖେଳ ଶିକ୍ଷକ ଅଶ୍ୱିନୀ ନାୟକ, କପିଳେଶ୍ୱର ପାଣ୍ଡେ, ରଞ୍ଜନ ବାରିକ, ସୁବଳ ଦୀପ, ସଚ୍ଚିଦାନନ୍ଦ ଭୋଇ, ସୁଜିତ ଯୋଶୀ, ସୁଶୀଳ ବାଗ, ଥବୀର ସାହୁ, ଜିତେନ୍ଦ୍ର, ସାରଥୀ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ଭାଇମାନଙ୍କ ମଧ୍ୟରେ କ୍ଷୀରୋଦ୍ର ଓ ଭଉଣୀମାନଙ୍କ ମଧ୍ୟରେ ତାରାନା ପାତ୍ର ଚମ୍ପିୟାନ ହୋଇଥିଲେ । ଗୁରୁଜୀ ଲିଙ୍ଗରାଜ ପୁଟେଲ ପ୍ରମାଣ ପତ୍ର ପ୍ରସ୍ତୁତ କରିଥିବା ବେଳେ କୋଷାଧ୍ୟକ୍ଷ ଭାଗୀରଥି ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଅଂଚଳର ଜନସାଧାରଣ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଛନ୍ତି ।
Prev Post