oom

ପାଲିଆ ଛତ୍ରପୁରରେ ୫୪ ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ମୂର୍ତ୍ତିର ପ୍ରତିଷ୍ଠା ଉତ୍ସବ ସମାହିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ତଳି ପାଲିଆ-ଛତ୍ରପୁର ଗ୍ରାମରେ ୫ଦିନିଆ ଯଜ୍ଞ ସମ୍ମିଳନୀ ଶୁକ୍ରବାର ସକାଳେ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏକ ୫୪ ଫୁଟ ଉଚ୍ଚତା ବିଶିଷ୍ଟ ବିରାଟ ହନୁମାନ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅବସରରେ ନାମଯଜ୍ଞ, ଜ୍ଞାନଯଜ୍ଞ, ଘୃତଯଜ୍ଞ, ଏବଂ ଗୋ-ଯଜ୍ଞ, ଅନ୍ନ-ଯଜ୍ଞ, ଆଦି ଷୋଡ଼ଶ ଉପଚାରରେ ବିଧିବିଧାନ ପୂର୍ବକ ପୂଜା ପାର୍ବଣ ମଧ୍ୟରେ ସମାହିତ ହୋଇଯାଇଛି । ଦୈନିକ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ବିଭିନ୍ନ ପ୍ରାନ୍ତରୁ ଆସି ଏହି ଆଧ୍ୟାତ୍ମିକ ପାର୍ବଣ ସମ୍ଭାରରେ ଯୋଗଦେଇ ବିଭୂ କୃପା ଲାଭ କରିଛନ୍ତି । ଅଗଣିତ ଭକ୍ତମାନେ ଅନ୍ନ-ପ୍ରସାଦ ଖାଇ ଆନନ୍ଦରେ ଘରକୁ ଫେରିଛନ୍ତି । ସୂଚନା ଥାଉକି, ୧୬ଲକ୍ଷ ଟଙ୍କା ବ୍ୟୟରେ ୫୪ ଫୁଟ ଉଚ୍ଚତା ବିଶିଷ୍ଟ ଏକ ହନୁମାନ ବିଗ୍ରହ ନିମନ୍ତେ ପ୍ରାୟତଃ ୧୫ ଫୁଟ ଭୂମି ତଳରୁ ମୂଳଦୁଆ ଖୋଳା ଯାଇଥିବା ବେଳେ ଏହାକୁ ନୟାଗଡ଼ ଜିଲ୍ଲାର ଓଢ଼ଗାଁ ଟାଉନ୍ ଜଲଦସାହି ବାସିନ୍ଦା ମୂର୍ତ୍ତିଶିଳ୍ପୀ ମୁନା ଗୁରୁଙ୍କ ଦ୍ୱାରା ନିର୍ମିତ ଏହି କାର୍ଯ୍ୟ ଦୀର୍ଘ ଛଅମାସ ଲାଗିଥିଲା ବୋଲି କୁହାଯାଏ । ଏହି ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ପାଲିଆ-ଛତ୍ରପୁର ଗ୍ରାମରେ ଖୁବ୍ ଚଳଚଞ୍ଚଳ ହୋଇଉଠିଥିଲା । ଆୟୋଜିତ ଆଧ୍ୟାତ୍ମିକ ଯଜ୍ଞ ସମ୍ମିଳନୀରେ ବହୁ ସାଧୁସନ୍ଥ, ବ୍ରାହ୍ମଣ, ପୁରୋହିତ ପଣ୍ଡିତ ଗଣ ଯୋଗଦେଇଥିବା ନେଇ ଏହି ଅଞ୍ଚଳରେ ଏକ ନିଆରା ପରମ୍ପରାର ଅଧ୍ୟାୟ ସୃଷ୍ଟି କରିଛି । ଶୁକ୍ରବାର ସକାଳେ ବର୍ଣ୍ଣାଢ଼୍ୟ ସମାରୋହରେ ଯଜ୍ଞ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି ।

jittmm
Leave A Reply

Your email address will not be published.