ଆଇ.ଆର.ଇ.ଏଲ୍. ପକ୍ଷରୁ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ନାଟକ “ଭାଗ୍ୟରେ ଲେଖିଛି କପାଳ ଲିଖନ” ମଞ୍ଚସ୍ଥ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ ଆଇ.ଆର.ଇ.ଏଲ.(ଇଣ୍ଡିଆ) ସୌଜନ୍ୟରେ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ନାଟକ “ଭାଗ୍ୟରେ ଲେଖିଛି କପାଳ ଲିଖନ” ମଞ୍ଚସ୍ଥ ହୋଇଯାଇଛି । ଆଇ.ଆର.ଇ.ଏଲ. ପ୍ରତିଷ୍ଠାନର ଆବାସିକ କଲୋନୀ ଅନ୍ତର୍ଗତ କମ୍ୟୁନିଟି ହଲରେ ଆୟୋଜିତ ନାଟକ “ଭାଗ୍ୟରେ ଲେଖିଛି କପାଳ ଲିଖନ” ମଞ୍ଚସ୍ଥ ହୋଇ ଦର୍ଶକଙ୍କୁ ବିମୁଗ୍ଧ କରିଦେଇଛି । କମ୍ପାନୀର ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ ଦୈତାରି ସେଠୀଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଏହି ନାଟକ ମଞ୍ଚସ୍ଥ ହୋଇ ବେଶ୍ ଲୋକ ପ୍ରଶଂସିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଇ.ଆର.ଇ.ଏଲ.(ଇଣ୍ଡିଆ) ଉଚ୍ଚପଦସ୍ଥ ଅଧିକାରୀ ତଥା ଜେନେରାଲ ମ୍ୟାନେଜର ସି.ଭି.ଆର. ମୂର୍ତ୍ତୀ, ଜି.କେ. ନାୟକ, ଏନ୍. କେ. ନାୟକ, ପ୍ରମୁଖ ଅଧିକାରୀ ଉପଦେଷ୍ଟା ଭାବେ କାର୍ଯ୍ୟରେ ସକ୍ରୀୟ ଅଂଶଗ୍ରହଣ କରି ଏହି ନାଟକ ମଞ୍ଚସ୍ଥ କାର୍ଯ୍ୟକ୍ରମରେ କଳାକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମର ତଦାରଖ କରିଥିଲେ । ନାଟକର ବିଭିନ୍ନ ଭୂମିକାରେ ଯଥା ମାନସ- ତପନ ପ୍ରଧାନ, ଶିବ- ଗାଙ୍ଗୁ ରାମ ମାଝୀ, ସରୋଜ- ବିଷ୍ଣୁ ଚରଣ ବେହେରା, ସୁବାଷ-ମନୋଜ୍ ସେଠୀ, କପିଳ ନାୟକ, ଡ଼ାକ୍ତର ଭୂମିକାରେ ବୈଷ୍ଣବ ବେହେରା, ସନାତନ ଭୂମିକାରେ ଜୀତେନ୍ଦ୍ର ସାହୁ, ଶ୍ରମିକ ଭୂମିକାରେ ମନୋଜ ଦାସ ଓ ପଦ୍ମଚରଣ ସାହୁ, ମାନସୀ – କୁନି ଓ କୋଇଲି – ପ୍ରତିମା, ସଙ୍ଗୀତରେ ହରି କୃଷ୍ଣ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସ୍ମାରକ : ଶିଶିର କୁମାର ଶତପଥୀ ଏବଂ ଅଜିତ କୁମାର ମହନ୍ତ, ପ୍ରଶାନ୍ତ ବେହେରା, ଏ. କେ . ତ୍ରିପାଠୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଛତ୍ରପୁରର ପ୍ରତିଷ୍ଠିତ ଅଳକା ଚିତ୍ରାଳୟ ପକ୍ଷରୁ ମଞ୍ଚସଜ୍ଜା ହୋଇ କାର୍ଯ୍ୟକ୍ରମଟି ଖୁବ୍ ମନୋରମ ଥିଲା । ପ୍ରମୁଖ ଅଭିନୟକାରୀ କଳାକାରମାନେ ମଞ୍ଚରେ ରୋମାଞ୍ଚକର ଅଭିନୟ କରି ଦର୍ଶକ ମହଲରେ ବେଶ୍ ପ୍ରଶଂସନୀୟ ହୋଇଛନ୍ତି । ଶେଷରେ ଶ୍ରେଷ୍ଠ କଳାକାର ଏବଂ ନାଟ୍ୟ-ନିର୍ଦ୍ଦେଶକ ତଥା ନାଟକ ରଚୟିତା ଦୈତାରୀ ସେଠୀ ପ୍ରମୁଖ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି ।

jittmm
Leave A Reply

Your email address will not be published.