ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଭିତ୍ତିହୀନ ଭୟକୁ ଦୂର କରିବା ପାଇଁ କରୋନା ଟିକା ନେଇଛନ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କରୋନା ଟିକା ନେଇଛନ୍ତି । ଏହାଦ୍ୱାରା ସେ ସମସ୍ତ ଆଶଙ୍କା, ଗୁଜବ ଏବଂ ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆଜି ସାରା ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀର ଏମ୍‌ସରେ କରୋନା ବିରୋଧରେ ପ୍ରଥମ ଟିକାକରଣ କରାଯାଇଛି । ଏହା ପରେ ଏମ୍‌ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ମଧ୍ୟ ଟିକା ଗ୍ରହଣ କରିଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, କରୋନାଭାଇରସ୍‌ ଟିକା ସହିତ ଲୋକମାନେ ଯେଉଁ ଭୟର ସମ୍ମୁଖୀନ ହେଉଛନ୍ତି, ଏହାର ସମାଧାନ ପାଇଁ ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଏହି ଟିକା ନେବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶର ସର୍ବୋଚ୍ଚ଼ ଚିକିତ୍ସା ବିଶେଷଜ୍ଞ ଡକ୍ଟର ଗୁଲେରିଆ ଟିକା ଗ୍ରହଣ କରି ସମସ୍ତ ପ୍ରକାର ଭୟ ଭିତ୍ତିହୀନ ବୋଲି ପ୍ରମାଣ କରିଛନ୍ତି ।

Leave A Reply

Your email address will not be published.