ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୬ ତାରିଖ ଅପରାହ୍ନ ପ୍ରାୟ ୫ଟାରେ ସୁପ୍ରିମକୋର୍ଟର ପ୍ରଶାସନିକ ଭବନ ପରିସରରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ । ସେ ଭାରତୀୟ ନ୍ୟାୟପାଳିକାର ବାର୍ଷିକ ରିପୋର୍ଟ (୨୦୨୩ – ୨୪) ଉନ୍ମୋଚନ କରିବେ । ଏହି ଅବସରରେ ସେ ଏକ ସମାବେଶକୁ ସମ୍ବୋଧିତ କରିବେ । ସୁପ୍ରିମକୋର୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ପ୍ରଧାନ ବିଚାରପତି ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନେ ମଧ୍ୟ ଉପସ୍ଥିତ ରହିବେ ।