jayashree

ରାଷ୍ଟ୍ରିୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରିୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ସଭାପତି ବିଶ୍ରା ବ୍ଲକର ଶିକ୍ଷାଧିକାରୀ ସଦାନନ୍ଦ ପ୍ରଧାନ ଓ କାର୍ଯ୍ୟକାରୀ ସମ୍ପାଦକ ତଥା ଶିକ୍ଷା ସଦନର ପ୍ରଧାନ ଶିକ୍ଷକ ଶିଶିର କୁମାର ସାମଲଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ଉଦ୍‌ଘାଟକ ଭାବେ ଆର୍‌ଏସ୍‌ପିର ଅପରେସନ ବିଭାଗର ଇଡି ବିଶ୍ଵରଞ୍ଜନ ପଲାଇ, ସମ୍ମାନିତ ଅତିଥି ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ଶିକ୍ଷା ସଦନର ଉପସଭାପତି ପ୍ରଭାତୀ ମିଶ୍ର ଓ ନମ୍ରତା ବଡମା ପ୍ରମୁଖ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବ ବୋଲି ମତ ରଖିଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦୀପିକା ମହିଳା ସଂହତିର ସମ୍ପାଦକ ନିଧି ସିଂହଲ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସମ୍ମାନିତ ଅତିଥି ଭାବେ ବିଶ୍ରା ସହ ଶିକ୍ଷାଧିକାରୀ ଆରତୀ ପ୍ରଧାନ, ସତ୍ୟଭାମା ବେହେରା, ସେକ୍ଟର ୨୦ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାଧୁରୀ କେରକେଟା, ବିଦ୍ୟାଳୟ ପରିଚାଳନା ସମିତିର କୋଷାଧ୍ୟକ୍ଷ ଅସୀମା ମିଶ୍ର ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ତଥା ସର୍ଜନଶୀଳ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ବିଦ୍ୟୁତଲତା ସୂତାର ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ବିଜୟିନୀ ଜେନା ମଞ୍ଚ ସଂଯୋଜନା କରିଥିଲେ । ସଭାପତି ବିଶ୍ରା ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବାପାଇଁ ପରାମର୍ଶ ଦେବାସହ ଏଭଳି ବୈଜ୍ଞାନିକ ପ୍ରଦର୍ଶନୀର ଆବଶ୍ୟକତା ଓ ଆର୍‌ଏସ୍‌ପିର ବିଜ୍ଞାନ କ୍ଷେତ୍ରରେ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସାମଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମର ସଫଳତା ନେଇ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ପ୍ରଦର୍ଶନୀରେ ପ୍ରାୟ ୧୦୯ଟି ବିଦ୍ୟାଳୟର ୩୧୦ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ଶେଷରେ ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ୱାରା ଚୟନ କରାଯାଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ଶିକ୍ଷକ ସୁବାସ ସିଂ, ରମେଶ ଚନ୍ଦ୍ର ରାଉତ, ରତ୍ନ ମଞ୍ଜରୀ ରଥ ଓ ସଂଗୀତ ଗୁରୁ ତପସ୍ୱିନୀ ପତିଙ୍କ ନିର୍ଦ୍ଦେଶନାରେ ଶିକ୍ଷା ସଦନର ଛାତ୍ରୀମାନେ ସଂଗୀତ ପରିବେଷଣ କରିଥିବା ବେଳେ ଶୁଭଲକ୍ଷ୍ମୀ ସାହୁ, ସ୍ମୃତିସ୍ମିତା ପଟ୍ଟନାୟକ ଓ ଅନ୍ୟ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମୋନାଲିସା ଗୌଡ, ସରସ୍ଵତୀ ପଟେଲ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.