jayashree

ଆଜା ନାଚଲେର ଉଦ୍‌ଯାପନୀ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ନୃତ୍ୟ ବିସ୍ମୟ ରୋଜା ରଣାଙ୍କ ନାମରେ ନାମିତ ରୋଜା ନୃତ୍ୟାନୁଷ୍ଠାନ ବିଗତ ଦୁଇ ଦିନ ଧରି ଏକ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗୀତା ଆଜା ନାଚଲେ ସ୍ଥାନୀୟ ଭଞ୍ଜ ଭବନ ପ୍ରେକ୍ଷାଳୟ ଠାରେ ଆୟୋଜନ କରିଥିଲା । କନିଷ୍ଠ ବର୍ଗରୁ ବରିଷ୍ଠ ବିଭାଗରେ ରାଉରକେଲା ତଥା ଓଡିଶାର ବିଭିନ୍ନ ପ୍ରାନ୍ତ ସହିତ ବମ୍ବେ, ଧାନବାଦ, ଆସାମସୋଲ, ଝାଡ଼ଖଣ୍ଡ, କଲିକତା, ରାଜସ୍ଥାନ ଓ ଛତିଶଗଡରୁ ଅନ୍ୟୁନ ୧୮୦ ଜଣ ନୃତ୍ୟ ପ୍ରତିଯୋଗୀ ଏକକ ତଥା ଗୋଷ୍ଠୀ ସମୂହ ଭାବରେ ଭାଗ ନେଇଥିଲେ । ଉଦ୍‌ଯାପନୀ ସନ୍ଧ୍ୟାରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସର ପ୍ରାକ୍ତନ ସଭାପତି ସୁନୀଲ କାୟଲ, ନୃତ୍ୟାନୁଷ୍ଠାନର ଅଧ୍ୟକ୍ଷ ବିଷ୍ଣୁପ୍ରିୟା ସ୍ଵାଇଁ, ନିର୍ଦ୍ଦେଶକ ଆଲୋକ ଜେନା, ଅବସର ପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ପ୍ରେମାନନ୍ଦ ସାମଲ ଓ ଲାୟନ୍ସ କ୍ଲବର ସଭାପତି ବୈଶାଳୀ ଖେଡିଆ, ସମାଜସେବୀ ସୀମା ମହାନ୍ତି ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦ୍‌ଯାପନୀ ଅଭିଭାଷଣ ରଖିଥିଲେ । ବିଧାୟକ ସାରଦା ପ୍ରସାଦ ନାୟକଙ୍କ କର କମଳରୁ ବିଚାରିକା ଦ୍ୱୟ ରୋଜା ରାଣା ଓ ସୁସ୍ମିତା ତମଙ୍ଗଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହ ଉପଢୌକନ ପ୍ରଦାନ କରାଯାଇଥିଲା । ପ୍ରାକାଶ ଥାଉ କି ବିଧାୟକ ରୋଜାକୁ ରାଉରକେଲାର ଗର୍ବ ରୂପେ ପ୍ରତିପାଦନ କରିବା ସହ ସୁଦୂର ପଶିମ ବଙ୍ଗରୁ ପ୍ରଥମ କରି ଆସିଥିବା ସୁସ୍ମିତା ତମଙ୍ଗକୁ ଛୋଟ ବୟସରୁ ଏପରି ବିଚାରିକା କାର୍ଯ୍ୟ ପାଇଁ ଭୂଯସୀ ପ୍ରଶଂସା କରିଥିଲେ । ଉକ୍ତ ପ୍ରତିଯୋଗୀତା ଏକକ ପର୍ଯ୍ୟାୟ କନିଷ୍ଠ ଶ୍ରେଣୀରେ ରାଉରକେଲାରୁ ଆକାଂକ୍ଷା ପ୍ରଧାନ ଓ ପ୍ରିୟାନୀ ଚାଟୋଇ ପ୍ରଥମ ଓ ତୃତୀୟ ଏବଂ କୋରାପୁଟରୁ ଅଦିତି ପଟ୍ଟନାୟକ ଦ୍ଵିତୀୟ ସ୍ଥାନ, ବରିଷ୍ଠ ବର୍ଗରେ ମୁମ୍ବାଇରୁ ଆସିଥିବା କିଷାନ ଆଉଜି ପ୍ରଥମ, ରାଉରକେଲାରୁ ଆକାଶ ସାହୁ ଦ୍ଵିତୀୟ ଏବଂ ଝାରସୁଗୁଡାରୁ ଦୁଷ୍ମନ୍ତ ପୋଧା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହି ପରି ଗୋଷ୍ଠୀ ସମୂହ ପ୍ରତିଯୋଗୀତାର ତିନୋଟି ପର୍ଯ୍ୟାୟରେ ବ୍ରଜରାଜ ନଗର, ଧାନବାଦ, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲାରୁ ବିଜେତା ରୂପେ ଘୋଷଣା କରାଯିବା ସହିତ ସମସ୍ତଙ୍କୁ ଉପଢୌକନ ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଉକ୍ତ ସନ୍ଧ୍ୟାର ପ୍ରାରମ୍ଭରେ ନୃତ୍ୟାଙ୍ଗନା ନୃତ୍ୟାନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ ସହ ସନ୍ଧ୍ୟାକୁ ଅତୀବ ଆକର୍ଷଣ କରିବାପାଇଁ ରୋଜା ବଲିଉଡ ପ୍ରକାରରେ ତାର ଗୃପ ସହିତ ମିଶି ବିଭିନ୍ନ ଶୈଳୀରେ ନୃତ୍ୟ ପରିବେଷଣ କରିଥିଲେ । ପ୍ରେକ୍ଷାଳୟ ଦର୍ଶକ ମାନଙ୍କ ଅନୁରୋଧ କ୍ରମେ ଅନ୍ୟତମ ବିଚାରିକା ସୁସ୍ମିତା ତାଙ୍କର ବିଶିଷ୍ଟ ଶୈଳୀ ପପୀଙ୍ଗ ଆନିମେସର ନୃତ୍ୟ ପ୍ରଦର୍ଶନ କରିଥିଲେ । ଉକ୍ତ ଦ୍ଵିଦିବାସୀୟ କାର୍ଯ୍ୟକ୍ରମରେ ଉଦ୍‌ଘୋଷକ
ଭାବରେ ସ୍ମୃତିରଞ୍ଜନ ନାୟକ, ବିଶ୍ଵଜିତ ନାୟକ ଓ ମୋନାଲିସା ସାହୁ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ ଦୀପିକା ପାତ୍ରଙ୍କ ଦ୍ଵାରା କରାଯାଇଥିଲା । କାର୍ଯ୍ୟକ୍ରମକୁ ସସ୍ମିତା ଜେନା, ସୂରଜ ତନ୍ତି, ସୋମ୍ୟଶ୍ରୀ ନାୟକ, ରୁବି ପାତ୍ର, ବିଭୁତି ଭୂଷଣ ସେଠୀ, ହରେନ୍ଦ୍ର ନାୟକ, ଟୁନା ଗଉଡ, ମନୀଷା ଜେନା, ପରଶୁରାମ ମଲିକ, ରାମ, ବଣ୍ଟି, କୁଲଦୀପ, ରନୀ, ରକି ଓ କ୍ଷିତିଶ ଜେନା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.