oom

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଂପାଦକ ଦିବାକର ହୋତା ବିବରଣୀ ପାଠ କରିଥିଲେ ଓ କୋଷାଧ୍ୟକ୍ଷ ଆୟବ୍ୟୟର ହିସାବ ରଖିଥିଲେ । ଉକ୍ତ ବୈଠକରେ ନୂଆଦିଲ୍ଲୀ ବା ପ୍ରୟାଗରାଜକୁ ଏକ ସିଧାସଳଖ ଟ୍ରେନ, ଦିନବେଳା ଭୁବନେଶ୍ୱରକୁ ଯାଇ ଫେରି ଆସିବା ପରି ଏକ ଟ୍ରେନ, ବୁକିଂ କାଉଣ୍ଟରରେ ବିଶେଷତଃ ତତ୍କାଳ ଟିକଟ କାଟିବା ସମୟରେ ବୟୋଜ୍ୟେଷ୍ଠମାନଙ୍କ ପାଇଁ ସୁବିଧା ଆବଶ୍ୟକ ବୋଲି ସଭ୍ୟମାନେ ମତ ଦେଇଥିଲେ । ଉକ୍ତ ଆଲୋଚନାରେ ଗୌର ପୁରୋହିତ, ନରେନ୍ଦ୍ର ଆଚାର୍ଯ୍ୟ, ଗୋପ ପୁରୋହିତ, ପ୍ରଭାକର ମିଶ୍ର, ଧର୍ମବ୍ରତ ରଥ, ସୁବାଷ ଶତପଥି, ମନୋରଂଜନ ପୁରୋହିତ, ମହେଶ୍ୱର ସାହୁ ପ୍ରମୁଖ ନିଜ ମତ ରଖିଥିଲେ । ବାରମ୍ବାର ଚିଠି ହେଲା ପରେ ରେଳ ବିଭାଗ ବଲାଙ୍ଗିର ଜିଲ୍ଲାକୁ ଅଣଦେଖା କରୁଛି । ବଲାଙ୍ଗିର ଜଙ୍ଗସନରେ ଅଧିକ ଟିକଟ ବୁକିଂ ଯୋଗୁଁ ଗ୍ରେଡ-୩କୁ ଆସିଲେ ମଧ୍ୟ ପିଆଇଟି ଲାଇନ କଣ ପାଇଁ ହେଉନାହିଁ, ଷ୍ଟେସନର ଲିଫ୍ଟ କାର୍ଯ୍ୟ କେବେ ସମାପ୍ତ ହେବ, ରାତ୍ରିକାଳୀନ ଯାତ୍ରା ସମୟରେ କୋଚ ଇଣ୍ଡିକେଟର ଭଲ ଭାବରେ କାର୍ଯ୍ୟ କରୁନଥିବା ଯୋଗୁଁ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ତେଣୁ ଆଗାମୀ ସାଧାରଣ ବୈଠକରେ ଜିଲ୍ଲାର ଜନପ୍ରତିନିଧିଙ୍କୁ ଆମନ୍ତ୍ରଣ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଉକ୍ତ ସଭାରେ ନରେନ୍ଦ୍ର କବାଟ, ରାମ କୁମାର ମିଶ୍ର, ପର୍ଶୁରାମ ନାୟକ, ନିତ୍ୟାନନ୍ଦ ମିଶ୍ର, ଗୁରୁନାଥ ବ୍ରହ୍ମା, ବିନୟ ମିଶ୍ର, କୃପାସିନ୍ଧୁ ମିଶ୍ର, ପ୍ରଦୀପ ନେପାକ, ତିଲୋଚନ ଦାଶ, ରାମ ପ୍ରସାଦ ସେଠି, ସରୋଜ ତ୍ରିପାଠି ପ୍ରମୁଖ ବହୁ ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.