jayashree

ମା’ ରାମଚଣ୍ଡୀ ମନ୍ଦିରବେଢ଼ା ପରିସର ସଫେଇ ଓ ରାମକୁଣ୍ଡର ପୁନଃ-ରୁଦ୍ଧାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ପ୍ରଥମାଷ୍ଟମୀ ତିଥୀରେ ଶ୍ରୀ ଶ୍ରୀ ମା’ ରାମଚଣ୍ଡୀଙ୍କ ମନ୍ଦିର ବେଢ଼ା ପରିସରରେ ସଫେଇ କାର୍ଯ୍ୟ ସମ୍ପନ୍ନ ସାଂଗକୁ ବହୁ ମୂଲ୍ୟବାନ ଔଷଧୀୟ ଗୁଣ ସମ୍ପନ୍ନ ବୃକ୍ଷରୋପଣ କରାଯାଇଛି । ସ୍ୱଚ୍ଛ ସୁନ୍ଦର ପରିବେଶ ଏବଂ କୃତ୍ରିମ ବନାନୀ ଲକ୍ଷ୍ୟ ନେଇ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ବ୍ୟାପକ ଉଦ୍ୟମ ଜାରୀ ରଖି ସଫଳତାର ସହ ସ୍ୱଚ୍ଛତା ଦିବସ ପାଳନ ଅବସରରେ ଏକ ନୂତନ ସୋପାନରେ ଉଦ୍ୟାକ୍ତାଗଣ ପହଞ୍ଚାଇଛନ୍ତି । ଆଗକୁ ଯେହେତୁ ପିକନିକ୍ ଋତୁର ଆଗମନ ହେଉଛି, ସେହି ମହତ୍ ଉଦ୍ଦେଶ୍ୟ ନେଇ ଏହାରି ପରିସରରେ ସ୍ୱଚ୍ଛନିର୍ମଳ ସୁନ୍ଦର ପରିବେଶ ସୃଷ୍ଟି କରିବା ନେଇ ପ୍ରତିଟି ପର୍ଯ୍ୟାୟରେ ବୃକ୍ଷରୋପଣ ଏବଂ ଏହାରି ପରିବେଶ ସଫେଇ ଅଭିଯାନ କାର୍ଯ୍ୟକ୍ରମର ବନ୍ଦୋବସ୍ତ କରାଯାଉଥିବା ଏକ ନିଆରା ଓ ଚର୍ଚ୍ଚାର ବିଷୟ ହୋଇଛି । ଏହି ଅବସରରେ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ପରିସରରେ ଶନିବାର ସକାଳେ ପବିତ୍ର ପ୍ରଥମାଷ୍ଟମୀ ତିଥୀରେ ପୀଠ ପରିସରରେ ଥିବା ବହୁ ପୁରୁଣା ରାମକୁଣ୍ଡକୁ ପୁନଃ-ରୁଦ୍ଧାର ଓ ସଫେଇ କରଯାଇଛି । ମନ୍ଦିର ପରିସୀମା ପୁରା ସଫେଇ କରାଯାଇଛି । କୋଷାଧ୍ୟକ୍ଷ ଲଷ୍ମୀନୃସିଂହ ପଣ୍ଡା, ପରିଚାଳନା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ କମଳ ପଣ୍ଡା, କେ. ସତ୍ୟନାରାୟଣ ରେଡ୍ଡୀ (ସାମ୍ବାଦିକ), ପୂଜା କମିଟିର ସଭାପତି ତଥା ସ୍ଥାନୀୟ ସରପଞ୍ଚ ଅଜୟ ନାୟକ, ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ବଂଶୀଧର ନାୟକ, ଶଙ୍କର ଚର୍ତ୍ତୀ, କୁଞ୍ଜ ନାୟକ, ନାରାୟଣ ଚର୍ତ୍ତୀ, ଓକିଲ ଲସିତ ବେହେରା, ଚୈତନ୍ୟ ପ୍ରଧାନ, ସମାଜସେବୀ ମନୋଜ ମିଶ୍ର, ମାଧବ ସାସମଲ, ଏସ. ରବି, ସନ୍ତୋଷ ରେଡ୍ଡୀ, ନାରାୟଣ ସାହୁ, ଟୁଟୁ ନାୟକ, ରାମଚନ୍ଦ୍ର ପୋଇ, ସନ୍ତୋଷ ପଣ୍ଡା, ସୁଧୀର ମହାରଣା, ଦୀପକ ଦାଶ, ଦଣ୍ଡ ମହାରଣା, ବରୁଣ ଚୌଧୁରୀ, ରୁଦ୍ର ମିଶ୍ର, ବିଶ୍ୱଜିତ ସାହୁ, ଗୋପାଳ ନାୟକ, ଉପେନ୍ଦ୍ର ବେହେରା, ଜଗନ୍ନାଥ ନାୟକ, ସନ୍ତୋଷ ନାୟକ, ମକୁନ୍ଦ ନାୟକ, ରାମକୃଷ୍ଣ ନାୟକ ପ୍ରମୁଖ ସଦସ୍ୟ ଯୋଗଦେଇ ସାହାଯ୍ୟର ହାଥ ବଢ଼ାଇ ମନ୍ଦିରର ପୁରାତନ ଐତିହାସିକ ରାମ କୁଣ୍ଡକୁ ପରିଷ୍କାର କରିବା ସହ ତାର ପୁନରୁଦ୍ଧାର କରିଥିଲେ । ଏହି କାର୍ଯ୍ୟକ୍ରମ ସକାଳ ୭ଟାରୁ ଆରମ୍ଭ ହୋଇ ଦିବା ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ସର୍ବଶେଷରେ ମନ୍ଦିର ସଂଯୋଜକ କମଳ ପଣ୍ଡା ଓଏସ୍‌ଏପି ଅଷ୍ଟମ ବଟାଲୀୟନର କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଏନ୍‌.ସି.ସି. ଅଧିକାରି ଲେପଟନାଣ୍ଟ ମନୋରଞ୍ଜନ ମହାରଣା ଓ ଓକିଲ ସଂଘର ଉପସଭାପତି ଚୈତନ୍ୟ ପ୍ରଧାନଙ୍କୁ ଏହି ସ୍ୱଚ୍ଛତା କାର୍ଯ୍ୟରେ ଉପସ୍ଥିତ ରହି ସହଯୋଗର ହାଥ ବଢାଇବା ପାଇଁ ଧନ୍ୟବାଦ ଦେବା ସହ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଆଗାମୀ କାର୍ଯ୍ୟକ୍ରମରେ ଏହିପରି ସହାୟତାର ହାତ ବଢାଇବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର୍ ବିନୋଦ ବେହେରା, ମୁଖ୍ୟଅତିଥି ଭାବେ ଯୋଗଦେଇ ନିୟୋଜିତ ବହୁ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରି ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମଚଣ୍ଡୀ ଟ୍ରଷ୍ଟ ବୋର୍ଡ ସଭାପତି ବିନୋଦ ପାଢ଼ୀ, ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ଗୁରୁଜୀ ଦୀପକ ଦାଶ, ସଂଯୋଜକ କମଲ କୁମାର ପଣ୍ଡା, ପୂଜା କମିଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ,(ମହାରାଜ), କ୍ୟାଡ଼ର ଏ.ପି.ପି. ରାଜେଶ ମିଶ୍ର, ସମାଜସେବୀ ମନୋଜ ମିଶ୍ର ପ୍ରମୁଖ ଉପଦେଷ୍ଟା ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ଅଷ୍ଟମ ବାଟାଲିୟନ କର୍ମଚାରୀ, ହାବିଲଦାର, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀର ପ୍ରମୁଖ ଛାତ୍ରଛାତ୍ରୀମାନଙ୍କ ଆକୁଣ୍ଠ ସହଯୋଗ ଓ ବଳିଷ୍ଠ ଅବଦାନ ନେଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛି । ଆଗକୁ ଅନେକଥର ଏଭଳି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ସଂଯୋଜକ କମଲ କୁମାର ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.