oom

ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକି ଦେଇଥିବା ଘଟଣା : ଘଟଣାସ୍ଥଳରେ ଉପମୁଖ୍ୟମନ୍ତ୍ରୀ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ସାନଗୁର୍ଜିଭଟା ଗ୍ରାମର ଶିଶୁକନ୍ୟା ବିକ୍ରି ଅଭିଯୋଗ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗାଁରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଗତ ନଭେମ୍ବର ୨ ତାରିଖରେ ସାନଗୁର୍ଜିଭଟା ଗାଁର ଅମୃତ ନାଗଙ୍କ ସ୍ତ୍ରୀ ଅରୁଣାବତୀ ନାଗ ସୁନାମୁଦୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିବା ବେଳେ ଆଶାକର୍ମୀ ୩ ତାରିଖରେ ମା ଓ ଶିଶୁର ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ଆସି ଶିଶୁକନ୍ୟାକୁ ନଦେଖି ପଚାରିବାରୁ ଶିଶୁକୁ ଅନ୍ୟ ଲୋକଙ୍କୁ ଦେଇ ଦେଇଥିବା ଶିଶୁକନ୍ୟାର ମାଁ କହିଥିଲେ । ଆଶାକର୍ମୀ ଏନେଇ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅବଗତ କରିଥିଲେ । କିନ୍ତୁ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣକ ଘଟଣାକୁ ୧୨ ତାରିଖ ପର୍ଯ୍ୟନ୍ତ ଉପରିସ୍ଥ ମେଡିକାଲ ଅଧିକାରୀଙ୍କୁ ନଜଣାଇ ଲୁଚାଇ ରଖିଥିଲେ । ଉପରିସ୍ଥ ଅଧିକାରୀ ଘଟଣା ବିଷୟରେ କୌଣସି ସୂତ୍ରରୁ ଖବର ପାଇ ଗତ ୧୩ ତାରିଖରେ ବଲାଙ୍ଗିର ଶିଶୁସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ କରୁଥବା ବେଳେ ଶିଶୁକନ୍ୟାର ମାଁଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ ଲାଠୋର ଥାନାରେ ଏକ ମାମଲା ରୁଜୁ କରିଥିଲେ । ଘଟଣା ବିଷୟରେ ଜାଣିବା ପରେ ମଙ୍ଗଳବାର ସ୍ଥିତି ପରଖିବା ପାଇଁ ଘଟଣାସ୍ଥଳରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପହଞ୍ଚି ଥିଲେ । ଘଟଣାସ୍ଥଳରେ ଶିଶୁର ମାଁ ସହ ଆଲୋଚନା କରି ପ୍ରସବ କରାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଶିଶୁଙ୍କୁ ଲାଠୋରର ଜଣେ ମଧ୍ୟସ୍ଥି ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ସ୍ଥିତ ରାମପୁରର ନିଃସନ୍ତାନ ଦମ୍ପତିଙ୍କୁ ଦେଇଥିବା ଜାଣିବା ପରେ ପ୍ରଶାସନକୁ ଉପଯୁକ୍ତ ଦତନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ।

jittmm
Leave A Reply

Your email address will not be published.