csstore

ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟ ତରଫରୁ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ଚଷମା ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟ ତରଫରୁ ସେପ୍ଟେମ୍ବର ୨୬ ତାରିଖରେ ସ୍ଥାନୀୟ ଧବଳେଶ୍ଵର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ତିନିଶହରୁ ଅଧିକ ବିଦ୍ୟାର୍ଥୀଙ୍କ ଚକ୍ଷୁ ପରୀକ୍ଷଣ କରାଯାଇଥିବା ବେଳେ ସେ ଭିତରୁ ୪୩ ଜଣଙ୍କୁ ଚଷମା ଲାଗିବ ବୋଲି ଅଭିଜ୍ଞ ଡାକ୍ତର ଶ୍ରୀମତୀ ପ୍ରଣତି ସାହୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଅର୍ଥାତ ନଭେମ୍ବର ୨୦ ତାରିଖରେ ଧବଳେଶ୍ଵର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଲାୟନ୍ସ କ୍ଲବ, ଏସ୍‌ସିଡି ଅଧିକାରୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଜାହାଙ୍ଗୀର ରାଜହଂସଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ କରାଯାଇଥିଲା । ଲାୟନ୍ସ କ୍ଲବର ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଆବାସ ଖାଁ, କ୍ଲବର ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ୍ ସୁଜିତ ଚୌଧୁରୀ, ପଙ୍କଜ ନାମଦେବ, କ୍ଷୀରସିନ୍ଧୁ ଦର୍ଜୀ, ଲେଡି ଲାୟନ୍ ଗୀତାଞ୍ଜଳି ମହାରଣା, ଲିଜା ସାହୁ, ଏସ୍‌ସିଡ଼ି ଚକ୍ଷୁ ଚିକିତ୍ସାଳୟର ସମ୍ପାଦକ ରେଭରେନ୍ ଜ୍ୟୋତି ରଞ୍ଜନ ପାଇକ, ଏସ୍‌ସିଡି ସେଣ୍ଟରର ରାମଗୋପାଳ ଚୌଧୁରୀ, ଫିଲ୍ଡ କୋର୍ଡିନେଟର ଶୈଳେନ୍ଦୁ ନନ୍ଦ, କର୍ମଚାରୀ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.