jayashree

ରାଉରକେଲା ବିକାଶ ମଞ୍ଚ ତରଫରୁ ଇଏସ୍‌ଆଇ ମେଡ଼ିକାଲ ପାଇଁ ଶ୍ରମମନ୍ତ୍ରୀଙ୍କ ଦାବିପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସରକାରଙ୍କ ଶ୍ରମ, ଜଙ୍ଗଲ, ପରିବେଶମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଆଜି ଦିନିକିଆ ରାଉରକେଲା ଗସ୍ତ ଅବସରରେ ରାଉରକେଲା ଠାରେ ଇଏସ୍‌ଆଇ ମେଡ଼ିକାଲ କଲେଜ ଖୋଲିବା ପାଇଁ ରାଉରକେଲା ବିକାଶ ମଞ୍ଚ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଉରକେଲା ସହର, କେନ୍ଦୁଝର, ଝାରସୁଗୁଡା ଓ ପାର୍ଶ୍ଵବର୍ତ୍ତି ଅଂଚଳରେ ଥିବା ବିଭିନ୍ନ କଳ କାରଖାନା ଆଦିରେ କାମ କରୁଥିବା କର୍ମଚାରୀ ଓ ପରିବାର ସହ ପାଖା ପାଖି ସାଢେ ୫ ଲକ୍ଷ ରାଜ୍ୟ କର୍ମଚାରୀ ବୀମା ଧାରୀ ଅଛନ୍ତି । ରାଜ୍ୟ ସରକାର ମଧ୍ୟ ବର୍ଷକୁ ୪୫୦ କୋଟିରୁ ଅଧିକ ବୀମା ରାଶି କେନ୍ଦ୍ର ସରକାରଙ୍କୁ ଦେଇଥାନ୍ତି । କିନ୍ତୁ ବୀମାଧାରୀ ବା ତାଙ୍କର ପରିବାରର କେହି ବେଶୀ ଅସୁସ୍ଥ ହେଲେ ରାଉରକେଲାରେ ଥିବା ମେଡ଼ିକାଲ କଲେଜ ତାଙ୍କୁ ଭୁବନେଶ୍ୱର କିମ୍ବା ଅନ୍ୟ ହସ୍ପିଟାଲକୁ ରେଫର୍ କରି ଦିଅନ୍ତି ଯାହା ଫଳରେ ସେହି ରୋଗୀର ପରିବାର ହନ୍ତସନ୍ତ ହେବା ସହ ରାସ୍ତାରେ ରୋଗୀ ମଧ୍ୟ ମୃତ୍ୟୁବରଣ କରନ୍ତି । ନିକଟରେ ଭାରତ ବର୍ଷରେ ଦଶଟି ନୂଆ ଇଏସ୍‌ଆଇ ମେଡ଼ିକାଲ କଲେଜ ଖୋଲା ଯାଇଥିଲେ ମଧ୍ୟ ଓଡିଶା ସେଥିରୁ ବାଦ ପଡ଼ିଛି । ତେଣୁ ଶ୍ରମିକ ମାନଂକ ସ୍ୱାସ୍ଥ୍ୟ ପାଇଁ ଏ ଅଂଚଳରେ ଏକ ଇଏସ୍‌ଆଇ ମେଡ଼ିକାଲ କଲେଜ ଓ ବଡ଼ ହସ୍ପିଟାଲ ଖୋଲାଯିବା ପାଇଁ ରାଉରକେଲା ବିକାଶ ମଞ୍ଚର ଆବାହକ ଡକ୍ଟର ସୁମନ ଦତ୍ତଙ୍କ ସହ ସୁପ୍ରତୀକ ମିଶ୍ର, ଶ୍ରମିକ ନେତା ଦିଗମ୍ବର ମହାନ୍ତି, ଅମୁଲ୍ୟ ବରାଳ ଓ ଅନ୍ୟମାନେ ଦାବି କରିଛନ୍ତି । ମନ୍ତ୍ରୀ ମହୋଦୟ ଏ ବିଷୟରେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.