oom

ମମତା ଦିଦି‌ଙ୍କ ଅଡ଼ୁଆ ତୁଟୁନି : ଏବେ ବୀରଭୂମ୍ ସାଂସଦ ଶତାବ୍ଦୀ ରାୟ ଛାଡ଼ିବେ ଦଳ ?

jsmm

କୋଲକାତା : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ​​ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ବନ୍ଧୁମାନେ ଗୋଟିଏ ପରେ ଗୋଟିଏ ଦୂରେଇ ଯାଉଛନ୍ତି । ଶୁଭେନ୍ଦୁ ରାୟଙ୍କ ସମେତ ତୃଣମୂଳ କଂଗ୍ରେସର ଅନେକ ବରିଷ୍ଠ ନେତା ଦଳ ଛାଡି ସାରିଛନ୍ତି ଏବଂ ବର୍ତ୍ତମାନ ବୀରଭୂମ ସାଂସଦ ଶତାବ୍ଦୀ ରାୟ ମଧ୍ୟ ଦଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ଏହା ପରେ ସେ ମଧ୍ୟ ଦଳ ଛାଡିବା ନେଇ କଳ୍ପନା ଜଳ୍ପନା ଆର‌ମ୍ଭ ହୋଇଛି ।

ପାର୍ଟିରେ ତା‌ଙ୍କୁ ଅପମାନିତ କରିବା ନେଇ ଶତାବ୍ଦୀ ରାୟ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ବୀରଭୂମରେ ଟିଏମସି କାର୍ୟ୍ୟକ୍ରମକୁ ନିମନ୍ତ୍ରଣ କରା ଯାଇନାହିଁ । କାର୍ୟ୍ୟକ୍ରମ କେଉଁଠାରେ ହେଉଛି ତାହା ମଧ୍ୟ କୁହାଯାଇନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ସେ ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହାଙ୍କ ସହ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ଏହାର ବ୍ୟାଖ୍ୟା କରାଯିବା ଉଚିତ ନୁହେଁ । ଶତାବ୍ଦୀ ରାୟ ଆସନ୍ତାକାଲି ତାଙ୍କ ନିଷ୍ପତ୍ତି ଜଣାଇବେ ଯେ ସେ ତୃଣମୂଳ କଂଗ୍ରେସ ଦଳରେ ରହିବେ କି ନାହିଁ ।

ଶତା‌ବ୍ଦୀ ରାୟ ପ୍ରଥମେ ୨୦୦୯ ରେ ତୃଣମୂଳ କଂଗ୍ରେସ ପକ୍ଷରୁ ବୀରଭୂମରୁ ନିର୍ବାଚନ ଜିତି ସଂସଦକୁ ଆସିଥିଲେ । ଏହାପରେ ସେ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ​​ମଧ୍ୟ ସମାନ ଆସନରୁ ସାଂସଦ ହୋଇଥିଲେ ।

jittmm
Leave A Reply

Your email address will not be published.