csstore

୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜି ପ୍ରାତଃ ପର୍ଯ୍ୟାୟରେ ରମେଶ ଗୁର୍ଲା ଓ ସୁରେନ୍ଦ୍ର ସାହୁ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଆଜିର କ୍ରୀଡ଼ାକୁ ଆରମ୍ଭ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରି ଶିଶୁମାନେ ନିଜକୁ ଖେଳାଳୀ ମନୋଭାବ ରଖି ବିଶ୍ୱସ୍ତରରେ ନାମ ରଖିବାର ପ୍ରୟାସ ଜାରି ରଖିବା ପାଇଁ ମାର୍ଗଦର୍ଶନ କରିଥିଲେ । ଶେଷରେ ଧ୍ଵଜା ଅବରୋହଣ କରି କାର୍ଯ୍ୟକ୍ରମକୁ ସମାପନ ଘୋଷଣା କରିଥିଲେ । ସଭାପତି ପୃତ୍ୱୀରାଜ ସାହୁ, ଉପସଭାପତି ଗୋପାଳ କୃଷ୍ଣ ମିଶ୍ର, ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ, ବରଗଡ଼ ଜିଲ୍ଲା ସଂଘ ଚାଳକ ରୋହିତ କୁମାର ମେହେର, ସମାଜସେବୀ ନିରୋଜ ଦୋରା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଉକ୍ତ କ୍ରୀଡ଼ା ସମାରୋହରେ ୮୪ଟି ପ୍ରତିଯୋଗିତାରେ ୨୫୨ ଜଣ ପୁରସ୍କୃତ ହୋଇଥିବା ବେଳେ ଅଭିଭାବକ ଅଭିଭାବିକାମାନେ ଓ ଶ୍ରେଷ୍ଠ ଖେଳାଳୀ ଭାବରେ ଖୋଳାଣା ମଞ୍ଜରୀ ଶାହା ପୁରସ୍କୃତ ହୋଇଥିଲେ । ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.