csstore

କଣ୍ଟାବାଞ୍ଜି ବିଧାୟକଙ୍କୁ ଓବିସି ମଞ୍ଚର ସମ୍ବର୍ଦ୍ଧନା

ବଲାଙ୍ଗିର, (ଗୁରୁଦୟାଲ ହଂସ) : ଆଜି ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ଦ୍ଵାରା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ରାଜେନ୍ଦ୍ରପଡା ସ୍ଥିତ ଓବିସି ମଞ୍ଚ କାର୍ଯ୍ୟାଳୟ ଠାରେ ସ୍ଵାଗତ ଓ ସମ୍ବର୍ଦ୍ଧନା ସହ ଓବିସି ବର୍ଗର ବିଭିନ୍ନ ଦାବି ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମେମୋରେଣ୍ଡମ ପ୍ରଦାନ କରାଯାଇଛି । ରାଜ୍ୟ ଓବିସି ମଞ୍ଚର ସଭାପତି ଶଙ୍କର ପାତ୍ର ତାଙ୍କ ବୟାନରେ କହିଛନ୍ତି ଯେ, ଓବିସିଙ୍କୁ ଓଡ଼ିଶାରେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଶୂନ୍ୟ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି ଏବଂ ଏସ୍‌ଇବିସିଙ୍କୁ ଯେଉଁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବା କଥା କୁହାଯାଉଛି ତାହା ପ୍ରକୃତ ଓବିସି ପାଉନାହାନ୍ତି ବୋଲି ଆରୋପ କରିଥିଲେ । ସେ କହିଛନ୍ତି ଯେ, ସମ୍ବିଧାନର ଧାରା ୨୪୩(ଡ଼ି) ୬ରେ ପଞ୍ଚାୟତିରାଜରେ ୨୪୩ ବ୍ଲକ ଏନ୍‌ଏସି ତଥା ମ୍ୟୁନିସିପାଲିଟିରେ ସଂରକ୍ଷଣ ପ୍ରାବଧାନ ଥିଲେ ହେଁ, ତାକୁ ନାନା ଆଳ ଦେଖାଇ ନିଷେଧ କରାଯାଇଛି । ଏଣୁ ରାଜ୍ୟ ସରକାର ଓବିସିଙ୍କୁ ଅନ୍ୟୁନ୍ୟ ଓଡ଼ିଶାରେ ୨୭ ପ୍ରତିଶତ ସଂରକ୍ଷଣ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଦେବାକୁ ବିଧାନସଭାରେ ଚର୍ଚ୍ଚା କରିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଜିଲ୍ଲା ଓବିସି ମଞ୍ଚର ସମ୍ପାଦକ ପ୍ରଦେଶୀ ବିଶ୍ଵାଲ, କାର୍ଯ୍ୟକାରୀ କମିଟିର ସଦସ୍ୟ, ଗୌତମ କ୍ଷେତୀ ଏବଂ ମନୋରଞ୍ଜନ ସାହୁ, କୁଲତା ସମାଜର ଜିଲ୍ଲା ସଭାପତି ବେଲାର ସିଂ ଭୋଇ, ଜିଲ୍ଲା ଓବିସି ମଞ୍ଚ ସଂଯୋଜକ ସରୋଜ କୁମାର ମେଶ୍ଵା, ଗୌରଚନ୍ଦ୍ର ରାଜପଲିଆ, ମଞ୍ଜରୀ ପଟେଲ ସୁବାସିନୀ ସାହୁ, ପୁଷ୍ପାଞ୍ଜଳି ମୁନା, ସୀମାକାନ୍ତୀ ନନ୍ଦ, ଯାଜ୍ଞସେନୀ ବଗର୍ତ୍ତୀ, ଶ୍ରୀଧର ନନ୍ଦ, ଯାଦବ ସମାଜର ସଂଯୋଜକ ନରେଶ ବାଗ, ଆଗଲପୁର ସଂଯୋଜକ ଆନନ୍ଦ ପଧାନ, ଡୁମାଲ ସମାଜର ସମ୍ପାଦକ ପ୍ରଦୀପ ପଧାନ, ତ୍ରିନାଥ ବନଛୋର, ତ୍ରିନାଥ ମହାକୁର, ବିଶ୍ୱରଂଜନ ଡାକୁଆ, କ୍ରାନ୍ତିଲାଲ ମୁଗ୍ରୀ, ଗୁରୁଦୟାଲ ହଂସ, ଟିକୁ ଥପା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ଶ୍ରୀମତୀ ସୁବାସିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.