ଦେଉଳି ଗ୍ରାମରେ ମକର ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ସୁରେନ୍ଦ୍ର ସାଏ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆନୁକୂଲ୍ୟରେ ମକର ମିଳନ ଦେଉଳି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ବରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଡ଼ ସରୋଜ କୁମାର ନାଏକ ମକର ମିଳନର ସାହିତ୍ୟିକ ମୂଲ୍ୟବୋଧକୁ ସୁନ୍ଦର ଭାବରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡ଼ ପ୍ରମୋଦ କୁମାର ପାଢ଼ୀ ଅନୁଷ୍ଠାନର ଭୂୟଶୀ ପ୍ରସଂଶା କରିଥିଲେ । ଏହି ଅବସରରେ ଶିବ ପ୍ରସାଦ ହାତୀ, ବୀର କିଶୋର ଶତପଥୀ, ଯୁବରାଜ କୁଦେଇ ଓ ସୁଶ୍ରୀ ଜୟଶ୍ରୀ ମେହେରଙ୍କୁ ସମ୍ମାନିତ କରାହେଲା । ଦେଉଳୀ ଗ୍ରାମର ୫ ଜଣ କଳାକଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କୁ ତାଙ୍କ ଉଦ୍ୟମରେ ଖୁସି ହୋଇ ଗ୍ରାମବାସୀ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଦ୍ଵିତୀୟ ଅଧିବେଶନରେ କଳାକାହ୍ନୁ ଚୌହାନଙ୍କ ସଭାପତିତ୍ବରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ସଂଯୋଜନା କରିଥିଲେ ଚଟନୀ ମାଷ୍ଟର ଗୌର ଚରଣ ସା’ ଓ ଯୁବକବି ପୋୖଲସ୍ତ୍ୟ ସାହା । ଏହି କବିତା ପାଠୋତ୍ସବରେ ପଶ୍ଚିମାଞ୍ଚଳ ବରଗଡ, ସମ୍ବଲପୁର, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ଅନେକ କବି ଯୋଗଦାନ କରିଥିଲେ । କଲାକାହ୍ନୁ ଚୌହାନଙ୍କ କଂସ ଭୂମିକା ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା । ମିନି କଂସ ସନୟ ମେହର, ପୋୖଲସ୍ତ୍ୟ ସାହା, ଚନ୍ଦନ ସାହୁ, ଶଙ୍କର ଶତପଥୀ, ବିପିନ ପାଣ୍ଡେ, ରଂଜିତ ପ୍ରଧାନ, ସନ୍ତୋଷ ଆଚାର୍ୟ୍ୟ, କିଶୋର ଶତପଥୀ, ଶିବ ପ୍ରସାଦ ହାତୀ, ଜୀବନ୍ତ ରଣା ପ୍ରମୁଖ ପ୍ରାୟ ପଚାଶ ଜଣ କବି ଭାଗ ନେଇଥିଲେ । ଗ୍ରାମର ଛୋଟ ଛୋଟ ଶିଶୁମାନଂକୁ ପୁରସ୍କାର ଦିଆ ଯାଇଥିଲା ଡ଼ ଅବନୀକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.