oom

ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ସୁନ୍ଦରଗଡ ଓ ରାଉରକେଲା ଜିଲ୍ଲା ଶାଖାର ବାର୍ଷିକୋତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ସୁନ୍ଦରଗଡ଼ ଓ ରାଉରକେଲା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଇସ୍ପାତ ସହରର ସିଭିକ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ଶାଖା ସଭାପତି ସୁଜ୍ଞାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ ସାମ୍ବାଦିକମାନଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କହିଥିଲେ । ଏହା ସହିତ ପୁରାଣକାଳରୁ ଇତିହାସ ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ‘ରାଷ୍ଟ୍ର ନିର୍ମାଣରେ ସାମ୍ବାଦିକମାନଙ୍କର ଭୂମିକା’ ଶୀର୍ଷକ ଆଲୋଚନାରେ ଉଦ୍‌ଘାଟକ ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀଶଙ୍କର ଭୋଇ ଯୋଗଦେଇ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମ୍ବାଦିକମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସଂଘର ରାଜ୍ୟ ଶାଖା ସଭାପତି ଶ୍ରୀ ଚୌଧୁରୀ ସ୍ୱାଗତ ଭାଷଣ ଦେବା ସହ ସଂଘର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟ ସଂଘର କର୍ମକର୍ତ୍ତା ତଥା ସୁନ୍ଦରଗଡ଼ ଜିଲ୍ଲା ସଂଘର ସଭାପତି ପ୍ରସନ୍ନ ତ୍ରିପାଠୀଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ ଯୋଗଦେଇ ସାମ୍ବାଦିକମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଶ୍ରମିକନେତା ବିଷ୍ଣୁ ମହାନ୍ତି ଯୋଗଦେଇ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସାମ୍ବାଦିକମାନଙ୍କର ସମ୍ବାଦ ପରିବେଷଣର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ କହିଥିଲେ । ଏହି ଅବସରରେ ରାଉରକେଲାର ବରିଷ୍ଠ ଶ୍ରମିକ ନେତା ନିହାର ରଞ୍ଜନ ଦାସ, ଶିକ୍ଷାବିତ୍‌ ଓ ସମାଜସେବୀ ଇଂ ଗୌତମ ମିଶ୍ର, ରାଉରକେଲା ମହାନଗର ନିଗମର ବିଜୟ କୁମାର ଦାସ, ସଙ୍ଗୀତ ଗୁରୁ ଜେ. ଆଚାର୍ଯ୍ୟ, ସୁଧିର ଶ୍ରୀଚନ୍ଦନଙ୍କ ସମେତ ସଂଘର ରାଜ୍ୟ ସମ୍ପାଦକ ପବିତ୍ର ପାତ୍ରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସୁନ୍ଦରଗଡ଼ ଜିଲ୍ଲା ଶାଖାର ଉପସଭାପତି ଅଶୋକ ପାତ୍ର ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସମେତ ସାମ୍ବାଦିକଗଣ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.