ଟିଟିଲାଗଡ଼ ଦେବନ୍ଧ ପଡ଼ାର ଚନ୍ଦନ ନାଏକଙ୍କ ଝିଅ ବେବି ନାଏକର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : କିଏ ବଢ଼ାଇବ ସହାୟତାର ହାତ ?

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଦେବନ୍ଧ ପଡ଼ାର ୧୩ ନମ୍ୱର ୱାର୍ଡ଼ ନିବାସୀ ପୌର ପରିଷଦର ଠିକା ସଫେଇ କର୍ମଚାରୀ ଚନ୍ଦନ ନାଏକ ଓ ମମତା ନାଏକଙ୍କ ଝିଅ ବେବି ନାଏକ ବୋନ୍‌ କ୍ୟାନ୍ସର୍‌ରେ ପୀଡ଼ିତ ଅଛନ୍ତି । ବିଗତ ୪ ମାସ ହେଲା ବିଶାଖାପାଟଣା ଆପୋଲୋ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା ଚାଲିଥିବା ବେଳେ ୧୦ ଲକ୍ଷ ଟଙ୍କା ସରି ଯିବାରୁ ଟିଟିଲାଗଡ଼କୁ ଫେରି ଆସିଛନ୍ତି । ବାହାରେ ଚିକିତ୍ସା କଲେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ଲାଗିବ, ଆପୋଲୋରେ ଚିକିତ୍ସା କଲେ ୩ ଲକ୍ଷ ଟଙ୍କାରେ ଚିକିତ୍ସା ହୋଇଯିବ ଆଉ ଗୋଡ କଟା ଯିବନି ବୋଲି ଡ଼ାକ୍ତର କହୁଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ଏହି ଅସୁବିଧାର ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି ବେବିଙ୍କ ପରିବାର ବର୍ଗ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସହରର ସମସ୍ତ ସଂଗଠନ, ସମାଜସେବୀ, ନେତା, ଅଧିକାରୀ ଏଦିଗରେ ଦୃଷ୍ଟି ଦେଇ ସହଯୋଗର ହାତ ବଢ଼ାଇଲେ ବେବିଙ୍କ ଦୁଃଖ ଦୂର ହୋଇପାରିବ । ଏଦିଗରେ ଲୋକଙ୍କ ସହଯୋଗ ବଡ଼ ଭୂମିକା ତୁଳାଇବ ।

Leave A Reply

Your email address will not be published.