oom

ଶତ୍ରୁ ତଥା ସମଗ୍ର ବିଶ୍ୱକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ସଂଦେଶ : ଦୁନିଆର ବଡ଼ରୁ ବଡ଼ ଶକ୍ତିକୁ ମଧ୍ୟ ଉପଯୁକ୍ତ ଜବାବ୍‌ ଦେଇ ପାରିବୁ

jsmm

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଦିନ ଭେଟେରାନ୍ସ ଦିବସ ଅବସରରେ କହିଛନ୍ତି ଯେ, ଆମର ସୈନିକମାନଙ୍କର କୌଣସି ଶତ୍ରୁକୁ ବି ଉପଯୁକ୍ତ ଉତ୍ତର ଦେବାର ଶକ୍ତି ଅଛି । ସେ କହିଛନ୍ତି, “ଆମେ କାହା ସହ ଲଢ଼ିବାକୁ ଚାହୁଁ ନାହୁଁ, ଆମେ ଶାନ୍ତି ଚାହୁଁ । ଆମେ କାହାର ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଚାହୁଁ ନାହୁଁ । କି‌ନ୍ତୁ କହିବାକୁ ଚାହୁଁଛୁ ଯେ, ଯଦି ଭାରତର ଆତ୍ମ ସମ୍ମାନ ଉପରେ ଆଂଚ ଆସେ, ତେବେ ଉଚିତ ଜବାବ୍‌ ଦେବାକୁ ପଶ୍‌ଶ୍ଚାତପଦ ହେବୁନାହିିଁ । ଯଦି କିଏ ଆମକୁ ଆଘାତ କରିବାକୁ ଚେଷ୍ଟା କରେ, ତେବେ ଭାରତର ସୈନିକମାନଙ୍କ ଉପରେ ଦୃଢ଼ ବିଶ୍ୱାସ ରହିଛି ଯେ, ସେମାନେ ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଇପାରିବେ ।

ବେଙ୍ଗାଲୁରୁରେ ‘ଭେଟେରାନ ଡେ’ରେ ପୂର୍ବତନ ସେବାୟତମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, “ଯଦିଓ ଆପଣ ବର୍ତ୍ତମାନ ସୀମାରେ ନାହାଁନ୍ତି, ତେବେ ଭାରତରେ ଆପଣଙ୍କର ଏକ ପ୍ରମୁଖ ଭୂମିକା ରହିଛି । ସମାଜ ଆପଣଙ୍କଠାରୁ ପ୍ରେରଣା ଆଣୁଛି । ଆପଣଙ୍କ ଅଭିଜ୍ଞତା ଯୋଗୁଁ ଏହି ଦେଶ ଉପକୃତ ହୋଇପାରିବ ।” ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଯଦି ଆମର ସୈନିକମାନେ ଦେଖାଇଥିବା ବୀରତ୍ୱ ଏବଂ ସଂଯମତା ବିଷୟରେ ପ୍ରତ୍ୟେକ ଭାରତୀୟ ଅବଗତ ଅଛନ୍ତି, ତେବେ ଗର୍ବର ସହିତ ସେମାନଙ୍କ ମୁଣ୍ଡ ଉପରକୁ ଉଠିବ ।

jittmm
Leave A Reply

Your email address will not be published.