jayashree

ଗୁଜରାଟର କଚ୍ଛ ଠାରେ ଭାରତୀୟ ସେନାବାହିନୀର ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

  • ଆମେ ଆମର ସୁରକ୍ଷା କର୍ମୀଙ୍କ ପାଇଁ ଗର୍ବିତ, ଯେଉଁମାନେ ଦୁର୍ଗମ ସ୍ଥାନରେ ଦୃଢ଼ ଭାବରେ ଠିଆ ହୁଅନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛର କ୍ରିକ୍ ଅଞ୍ଚଳର ଲକ୍କି ନାଲାଠାରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌), ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆମର ସୁରକ୍ଷା କର୍ମୀଙ୍କ ପାଇଁ ଅତ୍ୟନ୍ତ ଗର୍ବିତ, ଯେଉଁମାନେ ଦୁର୍ଗମ ସ୍ଥାନରେ ଦୃଢ଼ ଭାବରେ ଠିଆ ହୁଅନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି । ଅତ୍ୟଧିକ ତାପମାତ୍ରା ହେତୁ କଚ୍ଛର କ୍ରିକ୍ ଅଞ୍ଚଳ ଉଭୟ ଆହ୍ୱାନପୂର୍ଣ୍ଣ ଏବଂ ଦୁର୍ଗମ ଅଟେ । ଏଥିରେ ଅନ୍ୟାନ୍ୟ ପରିବେଶଜନିତ ଆହ୍ଵାନ ମଧ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରିକ୍ ଅଞ୍ଚଳରେ ଏକ ଭାସମାନ ବିଓପିକୁ ଯାଇ ବୀର ସୁରକ୍ଷା କର୍ମୀଙ୍କୁ ମିଠା ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : ‘ଗୁଜରାଟର କଚ୍ଛରେ ବୀର ଯବାନଙ୍କ ସହ ଦୀପାବଳି ପାଳନ କରୁଛି । ଆମର ସୁରକ୍ଷା କର୍ମୀମାନେ ବିଭିନ୍ନ ଦୁର୍ଗମ ସ୍ଥାନରେ ଦୃଢ଼ତାର ସହ ଠିଆ ହୋଇ ଆମକୁ ସୁରକ୍ଷା ଦେଉଛନ୍ତି । ଆମେ ସେମାନଙ୍କ ପାଇଁ ଗର୍ବିତ । କଚ୍ଛର କ୍ରିକ୍ ଅଞ୍ଚଳର ଲକ୍କି ନାଲାଠାରେ ବିଏସ୍‌ଏଫ, ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରି ଖୁସି ଅନୁଭବ କରୁଛି । ଏହି କ୍ଷେତ୍ର ଉଭୟ ଆହ୍ୱାନପୂର୍ଣ୍ଣ ଏବଂ ଦୁର୍ଗମ ଅଟେ । ଦିନ ଗୁଡ଼ିକ ପ୍ରବଳ ଗରମ ହେବା ସହ ବେଳେ ବେଳେ ଥଣ୍ଡା ମଧ୍ୟ ହୋଇଥାଏ । କ୍ରିକ୍ ଅଞ୍ଚଳରେ ଅନ୍ୟାନ୍ୟ ପରିବେଶଗତ ଆହ୍ଵାନ ମଧ୍ୟ ରହିଛି । କ୍ରିକ୍ ଅଞ୍ଚଳରେ ଏକ ଭାସମାନ ବିଓପିକୁ ଯାଇ ବୀର ସୁରକ୍ଷା କର୍ମୀଙ୍କୁ ମିଠା ବାଣ୍ଟିଲି ।

Leave A Reply

Your email address will not be published.