ଗଜେନ୍ଦ୍ର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବୁଢାପଡା ଠାରେ ଆଜି ପ୍ରଥମ ଗଜେନ୍ଦ୍ର ମାଝୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ଏଭଳି ଟୁର୍ଣ୍ଣାମେଣ୍ଟ ଦ୍ଵାରା ଖେଳାଳି ମାନେ ଆଗକୁ ଯାଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଜେଡିର ବରିଷ୍ଠ ନେତା ଲମ୍ବୁଦର ନିଆଲ, ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ସରପଞ୍ଚ ଚାତୁରୀ ବେହେରା, ପୂର୍ବତନ ସରପଞ୍ଚ କୃଷ୍ଣ ବେହେରା, ଭଞ୍ଜକିଶୋର ମାଝୀ ଯୋଗଦେଇ ଖେଳାଳି ମାନେ ରାଜ୍ୟ ଓ ଦେଶ ପାଇଁ ଖେଳିବାକୁ ଏହି ଟୁର୍ଣ୍ଣାମେଣ୍ଟ ଭିତ୍ତିଭୂମି ଯୋଗାଇବୁ ବୋଲି କହିଥିଲେ । ଏହି ଫୁଟବଲ୍‌ ମ୍ୟାଚ୍‌ ଦୁଇ ଦିନ ଧରି ହେଉଥିବା ବେଳେ ଏଥିରେ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି ଓ ଆସନ୍ତା କାଲି ଫାଇନାଲ୍‌ ମ୍ୟାଚ୍ ଅନୁଷ୍ଠିତ ହେବ । ସ୍ୱର୍ଗତ ଗଜେନ୍ଦ୍ର ମାଝୀଙ୍କ ପୁଅ ଅମ୍ବିକା ପ୍ରସାଦ ମାଝୀ ଓ ସଂଯୁକ୍ତା ମାଝୀ ଆୟୋଜନ କରିଥିବା ବେଳେ ଗ୍ରାମବାସୀ ମାନେ ମଧ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.