ଢାବା ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଆଗଲପୁର ପୋଲିସ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଂଚାୟତର ଏସ୍‌ଏଚ୍‌ଜି ମହିଳାମାନେ ବୁଦୁଲା ପଂଚାୟତରେ ଢାବା ଗୁଡିକରେ ମଦ ବିକ୍ରି ବନ୍ଦ କରିବା ପାଇଁ ଆନ୍ଦୋଳନ କରି ରେଂଗାଲିରେ ଥିବା ଢାବାରୁ ମଦ ଓ କଫ ସିରଫ ଜବତ କରିଥିଲେ । ଯାହାକି ଆଗଲପୁର ପୋଲିସ ଖବର ପାଇ ମଦ ଓ କଫ ସିରଫ ଥାନାକୁ ନେଇଯାଇଥିଲା । ତା’ ପରଦିନ ସେହି ମହିଳାମାନେ ଆଗଲପୁର- ଥାନାରେ ଢାବା ମାଲିକଙ୍କୁ ଗିରଫ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ । ଯାହାକି କୋଶଳ ପ୍ରବାହରେ ଖବର ପ୍ରସାରିତ ହୋଇଥିଲା । ସେହି ସମୟରେ ଆଗଲପୁର ପୋଲିସ ସେହି ମହିଳାମାନଙ୍କ ଅଭିଯୋଗ ଗ୍ରହଣ କରି ପ୍ରତିଶ୍ରୁତି ଦେଇଥିଲେ ତାକୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ । ମିଳିଥିବା ସୂଚନା ଅନୁସାରେ ଆଗଲପୁର ପୋଲିସ ରେଂଗାଲି ଗ୍ରାମର ଢାବା ମାଲିକ ସୁଧାଂଶୁ ଗହିର, ପିତା-ଚୈତୁ ଗହିରଙ୍କ ଗିରଫ କରି କେସନଂ ୧୭୯/୨୪ରେ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.