କରୋନା ସଂକ୍ରମଣ : ୧୯ ହାଇସ୍କୁଲ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ଝାରସୁଗୁଡା : କରୋନା କଟକଣା ମଧ୍ୟରେ ସ୍କୁଲ ଚାଲିଥିବା ବେଳେ ଲଇକେରା ବ୍ଲକର ତିନିଟି ହାଇସ୍କୁଲର ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡାଙ୍କ ଅନୁଯାୟୀ ଲଇକେରା ବ୍ଲକର ପାକେଲଖୋଲ ସ୍ଥିତ ହେମସାଗର ହାଇସ୍କୁଲରେ ୮ ଜଣ ଏବଂ ସାହାସପୁର ଠାରେ ଥିବା ଜବ୍ ‌ଓରିଏଣ୍ଟେଡ୍‌ ହାଇସ୍କୁଲର ୯ ଜଣ ଛାତ୍ରଙ୍କ ବୁଧବାର ଟେଷ୍ଟ ପରେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଦଶମ ଶ୍ରେଣୀର ଛାତ୍ର ମାନଙ୍କୁ ହୋମ୍‌ କ୍‌ବାରେନ୍‌ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ଉଭୟ ସ୍କୁଲକୁ ସାନିଟାଇଜ୍‌ କରାଯିବା ପରେ ପୁଣି ଅନ୍ୟ ସୁସ୍ଥ ପିଲାମାନଙ୍କୁ ପାଠ ପଢିବା ସୁଯୋଗ ଦିଆଯିବ । ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଏବଂ କୋଭିଡ୍‌ ପରୀକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ଶିକ୍ଷାଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.