କୃଷକ ଆନ୍ଦୋଳନ : କୃଷି ଆଇନ କପି ଜାଳିଲେ ଆନ୍ଦୋଳନକାରୀ କୃଷକ

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନରେ କୃଷକମାନେ ଭିନ୍ନ ଢ଼‌ଙ୍ଗରେ ବିରୋଧ ପ୍ରଦର୍ଶନ କରିଛ‌ନ୍ତି । ଲୋହଡ଼ି ପର୍ବରେ ଚାଷୀମାନେ କେନ୍ଦ୍ରର କୃଷି ଆଇନ କପି ଜାଳିଛନ୍ତି । କେବଳ ସିନ୍‌ନ୍ଧୁ ସୀମାରେ ବିବାଦୀୟ ୩ କୃଷି ଆଇନର ୧ ଲକ୍ଷ କପି ପୋଡ଼ାଯାଇଥିବା ସାମ୍ମୁଖ୍ୟ କିଷାନ ମୋର୍ଚ୍ଚାର ପରମଜିତ୍‌ ସିଂ ସୂଚନା ଦେଇଛନ୍ତି । ଦିଲ୍ଲୀ-ହରିୟାଣା ସୀମାର ସବୁ ସ୍ଥାନରେ ଅନୁରୂପ ବିରୋଧ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ପଞ୍ଜାବ ଓ ହରିୟାଣାରେ ରବି ଫସଲ ଅମଳ ପାଇଁ ମକର ସଂକ୍ରାନ୍ତିର ଦିନକ ପୂର୍ବରୁ ଲୋହଡ଼ି ଉତ୍ସବ ପାଳନ କରାଯାଇଥାଏ । ଏହି ପର୍ବରେ ଲୋକେ ପାରମ୍ପରିକ ଭାବେ ନିଆଁ ଜାଳି ଧାନ, ଚଣା ଓ ପପ୍‌କର୍ନ ଭଳି ଖାଦ୍ୟ ସାମଗ୍ରୀ ଫିଙ୍ଗିଥାନ୍ତି । ସବୁଠି ନାଚଗୀତର ଜୋର୍‌ ଆସର ଜମିଥାଏ । ଏହି ଅବସରରେ ଏଥର ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । କୃଷି ଆଇନ ପ୍ରତ୍ୟାହାର ଦାବୀରେ ପ୍ରାୟ ୫୦ ଦିନ ଧରି ଆନ୍ଦୋଳନ ଚଳାଇଥିବା ଚାଷୀମାନେ କୃଷି ଆଇନ କପି ଜାଳିଛନ୍ତି ।

Leave A Reply

Your email address will not be published.