ଭୁବନେଶ୍ୱର, (ପିଆଇବି) : ରାଜଭାଷା ସଂସଦୀୟ କମିଟିର ଦ୍ୱିତୀୟ ଉପକମିଟି ଗତ ୩ ଦିନ ଧରି ବିଭିନ୍ନ କେନ୍ଦ୍ର ସରକାରୀ କାର୍ୟ୍ୟାଳୟରେ ହିନ୍ଦୀ ଭାଷାର ବ୍ୟବହାର ସମ୍ପର୍କୀୟ ସମୀକ୍ଷା କରିଛନ୍ତି । ଭୁବନେଶ୍ୱର ସ୍ଥିତ ଏନର୍ଜି ଏଫସିଏନନ୍ସି ସର୍ଭିସେସ୍ ଲିମିଟେଡ, ନ୍ୟାସନାଲ ଥର୍ମାଲ ପାୱାର କର୍ପୋରସନ ବ୍ୟତୀତ ଏହି କମିଟି ଆର.ଇ.ସି ଲିମିଟେଡ, ୱାପକସ ଲିମିଟେଡ ଏବଂ ରାଷ୍ଟ୍ରୀୟ ଜଳ ଉନ୍ନୟନ ଏଜେନ୍ସି କାର୍ୟ୍ୟାଳୟ ଗୁଡିକର ମଧ୍ୟ ହିନ୍ଦୀ ଭାଷାର ବ୍ୟବହାର ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ସମୀକ୍ଷା କରିଛନ୍ତି । ଆଜି ଶେଷ ଦିବସରେ କମିଟି ପୂର୍ବତଟ ରେଳବାଇ, ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ, ଦୂରଦର୍ଶନ କେନ୍ଦ୍ର, ସିଏସଆଇଆର-ଆଇଏମ୍ଏମ୍ଟି, କେନ୍ଦ୍ରୀୟ କୁକ୍କୁଟ ଉନ୍ନୟନ ସଂସ୍ଥା, ବିମାନ ବନ୍ଦର ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟ, ଏୟାର ଇଣ୍ଡିଆ ଲିମିଟେଡ କାର୍ୟ୍ୟାଳୟ, ଭାରତୀୟ ଖାଦ୍ୟ ନିଗମର ଆଞ୍ଚଳିକ କାର୍ୟ୍ୟାଳୟର ହିନ୍ଦୀ ବ୍ୟବହାର ନେଇ ଆଲୋଚନା କରିଥିଲେ । ପ୍ରଥମ ଦୁଇଦିନର କାର୍ୟ୍ୟକ୍ରମ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଆଜି ଅନ୍ତିମ ଦିବସର ବୈଠକ ଶ୍ରୀମତି ରୀତା ବହୁଗୁଣା ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।