୨୪ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ୨୦୨୪ ସମ୍ପନ୍ନ

  • ‘ଧରିଥିଲି ହାତ ହେଲା ହତିଆର’ ଶ୍ରେଷ୍ଠ ପ୍ରଯୋଜିତ ନାଟକ, ରାଜେନ୍ଦ୍ର ସାହୁ ଶ୍ରେଷ୍ଠ ଅଭିନେତା ଓ ମଧୁମିତା ମହାନନ୍ଦ ଶ୍ରେଷ୍ଠ ଅଭିନେତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ପଦ୍ମବର୍ଣ୍ଣା ସାଂସ୍କୃତିକ ଅନୁଷ୍ଠାନ ଓ ସେକ୍ଟର ୬ ଲକ୍ଷ୍ମୀପୂଜା କମିଟିର ମିଳିତ ଆନୁକୂଲ୍ୟରେ ୨୪ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପୁରସ୍କାର ବିତରଣ ସନ୍ଧ୍ୟାରେ କମିଟିର ସଭାପତି ଗଣେଶ୍ୱର ରାୟଙ୍କ ସଭାପତିତ୍ୱ ଓ ପଦ୍ମବର୍ଣ୍ଣାର ସମ୍ପାଦକ ବିଘ୍ନେଶୁ କୁମାର ସ୍ୱାଇଁଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁଜିତ ସ୍ୱାଇଁ ଓ ପ୍ରଶାନ୍ତ ସେଠୀ ଯୋଗ ଦେଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ନାଟକ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ନାଟକ ଶିଖିବାର ବୟସ ନଥାଏ ଓ ନାଟକ ଗର୍ବ ଅହଙ୍କାରକୁ ସ୍ଥାନ ଦେଇନଥାଏ । ଯାତ୍ରା ହେଉଛି ଆମ ସଂସ୍କୃତି ବୋଲି କହିଥିଲେ । ଏହି ଅବସରରେ ଗତ ୩ ଦିନ ଧରି ଚାଲିଥିବା ନାଟକ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଥିଲା । ଫଳାଫଳ ଅନୁଯାୟୀ ଶ୍ରେଷ୍ଠ ପ୍ରାୟୋଜିତ ନାଟକ ଭାବେ ସେକ୍ଟର ୬ କୋଶଳ ନାଟକ ପରିଷଦର ନାଟକ ‘ଧରିଥିଲି ହାତ ହେଲା ହତିଆର’ ଟ୍ରଫି ସହ ନଗଦ ୨୦ହଜାର, ଦ୍ୱିତୀୟ ଶ୍ରେଷ୍ଠ ପ୍ରାୟୋଜିତ ନାଟକ ଯାଜପୁର ଆହ୍ୱାନ ଥିଏଟରର ନାଟକ ‘କିଏ କେବେ ଦେଖିଥିଲା କି’କୁ ଟ୍ରଫି ସହ ନଗଦ ୧୫ହଜାର ଓ ତୃତୀୟ ଶ୍ରେଷ୍ଠ ପ୍ରାୟୋଜିତ ନାଟକ ଭାବେ ସେକ୍ଟର ୨ସ୍ଥିତ ଓଁ ଶ୍ରୀ କଳା ନିକେତନର ନାଟକ ‘ଭୁଲ ତୋର ଭୋଗୁଛି ମୁଁ’କୁ ଟ୍ରଫି ସହ ନଗଦ ୧୦ହଜାର ଟଙ୍କା ପୁରସ୍କାର ବିତରଣ କରାଯାଇଥିଲା । ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଗୈାତମ ମହାନନ୍ଦ, ଦ୍ୱିତୀୟରେ ବିଶ୍ୱଜିତ ସାହୁ ଓ ତୃତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ବିତ ସ୍ୱାଇଁ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ କ୍ରମାନ୍ୱୟରେ ସଞ୍ଜୀବ ନାଗ, ଅରୁଣ ସାହୁ, ବିଶ୍ୱଜିତ ସାହୁ, ଶ୍ରେଷ୍ଠ ନାଟ୍ୟକାର ଭାବେ ଗୈାତମ ମହାନନ୍ଦ ଓ ଦ୍ୱିତୀୟ ଶ୍ରେଷ୍ଠ ନାଟ୍ୟକାର ଭାବେ ବିଶ୍ୱଜିତ ସାହୁ, ଶ୍ରେଷ୍ଠ ଅଭିନେତା ଭାବେ କ୍ରମାନ୍ୱୟରେ ରାଜେନ୍ଦ୍ର ସାହୁ, ସତ୍ୟନାରାୟଣ ପ୍ରଧାନ ଓ ଦେବ ପ୍ରଧାନ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମଧୁମିତା ମହାନନ୍ଦ, ତମନ୍ନା ମହାନ୍ତି ଓ ଅଞ୍ଜଳି , ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଭାବେ ମନୋଜ ମଲ୍ଲିକ, ଦ୍ୱିତୀୟରେ ଅଙ୍କିତ ସାହୁ, ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ମାମା, ଦ୍ୱିତୀୟରେ ରାଜଲକ୍ଷ୍ମୀ ପ୍ରଧାନ, ଶ୍ରେଷ୍ଠ ଖଳନାୟକ ଭାବେ ସୁନିଲ ଦାସ, ଦ୍ୱିତୀୟ ରେ ମହେଶ୍ୱର ପଣ୍ଡା, ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ସୁବଳ ମହାନନ୍ଦ, ଦ୍ୱିତୀୟରେ ନନ୍ଦକିଶୋର ସାହୁ, ଶ୍ରେଷ୍ଠ ଶିଶୁ କଳାକାର ଭାବେ ହର୍ଷିତା ମହାନନ୍ଦଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସେହିପରି ସାନ୍ତ୍ଵନା ମୂଳକ ପୁରସ୍କାରରେ ଶ୍ରାବଣୀ ଗୋଛୟତ, ପ୍ରିତୀ ନାୟକ, ଅମରେଶ ବେହେରା, ସବ୍ୟସାଚୀ ରାଉତରାୟ, ସନ୍ତୋଷ ସୋରେନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ନାଟକ ପ୍ରତି ସମର୍ପିତ ଥିବା ଅରକ୍ଷିତ କୁମାର ପାତ୍ର ଓ ମନ୍ମଥ ନାୟକଙ୍କୁ ମାନପତ୍ର ପୁଷ୍ପଗୁଚ୍ଛ ଉପଢୌକନ ଓ ମୋମେଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଚାରକ ଭାବେ ନାଟ୍ୟକାର ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଓ ଦୀନେଶ ଦାସ ଦାୟିତ୍ଵ ତୁଳାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପାଣ୍ଡବ ଲେଙ୍କା ଓ ଅନ୍ୟମାନେ ସହଯୋଗ କରିଥିଲେ । ଶେଷରେ ସହ ସାଂସ୍କୃତିକ ସମ୍ପାଦକ ପଞ୍ଚାନନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.