oom

ବ୍ଲକ ଅନ୍ତର୍ଗତ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ

jsmm

ଦେଓଗାଁ, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ବୃହତ ଉଠା ଜଳସେଚନ ଅଞ୍ଚଳରେ ଫସଳ ବିବିଧିକରଣ ଯୋଜନାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଲାଙ୍ଗିରଙ୍କ ସୌଜନ୍ୟରୁ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ତରଫରୁ ଦେଓଗାଁ ବ୍ଲକ ଅନ୍ତର୍ଗତ ଜାମଝରଣ ଗ୍ରାମରେ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ୧୧ଟି ସ୍ୱୟଂ ସହାୟୀକା ଗୋଷ୍ଠୀର ସଭ୍ୟାମାନେ ଅଣଧାନ ଫସଲରୁ ବିଭିନ୍ନ ସ୍ଵାଦିଷ୍ଟ ବ୍ୟଞ୍ଜନମାନ ପ୍ରସ୍ତୁତ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ । ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷୀକେଶ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ ଯୋଗ ଦେଇଥିବା ବେଳେ ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ପଟେଲ, ସ୍କିମ ଅଫିସର ସୁଧାକର ନନ୍ଦ, ଅତିରିକ୍ତ କୃଷି ଅଧିକାରୀ ରୋହନ ଭୋଇ ପ୍ରମୁଖ ଯୋଗଦାନ କରି ଅଣଧାନ ଫସଲର ଉପକାରିତା ତଥା ସରକାରଙ୍କ ପ୍ରୋତ୍ସାହନ ବିଷୟରେ କହିଥିଲେ । ଏହା ସହିତ ଏହିସବୁ ଖାଦ୍ୟ ଦ୍ରବ୍ୟର ଆମ ଶରୀର ପକ୍ଷେ କେମିତି ଉପାଦେୟ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀଯ ସ୍ଥାନରେ ଯଥାକ୍ରମେ ମାଁ ଲକ୍ଷ୍ମୀପ୍ରିୟା ଏସ.ଏଚ.ଜି, ମାଁ ସରସ୍ୱତୀ ବି.ଏସ.ଏଚ.ଜି ଏବଂ ସତ୍ୟ ସାଇ ଶକ୍ତି ଏସ.ଏଚ.ଜି ରହି ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବୈକୁଣ୍ଠ କ୍ଷେତି, ଜୟ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.