ଜେନିଭା : ସ୍ୱିଜରଲ୍ୟାଣ୍ଡର ସ୍ୱାସ୍ଥ୍ୟ ନିୟାମକ ସ୍ୱିସମେଡିକ୍ ଅନଲାଇନ୍ କରୋନା ଭ୍ୟାକସିନ୍ ନ କିଣିବାକୁ ଚେତାବନୀ ଦେଇଛି । ସେ କହିଛି ଯେ ଅନଲାଇନରେ ନକଲି କରୋନା ଭ୍ୟାକସିନ୍ ବିକ୍ରି ହେଉଛି । ଏହିଭଳି ସ୍ଥିତିରେ ଅପରାଧିକ ପ୍ରବୃତିର ବ୍ୟକ୍ତି ଓ ସଂସ୍ଥା ଇଣ୍ଟରନେଟରେ ନକଲି ଭ୍ୟାକସିନ ବିକ୍ରି କରି ଲୋକଙ୍କ ଭୟର ଫାଇଦା ଉଠାଉଛନ୍ତି । ବୟାନରେ କୁହାଯାଇଛି ଯେ, ନକଲି ଔଷଧ, ଟୀକା ଓ ବିଶେଷ କରି କରୋନା ଟୀକା ସହ ଜଡିତ ଅପରାଧ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଏଥିରେ ଏମିତି କିଛି ସକ୍ରିୟ ତତ୍ତ୍ୱ ଅଛି ଯାହା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ସ୍ୱିସମେଡିକ୍ ଜୋର ଦେଇ କହିଛି ଯେ ଭ୍ୟାକସିନ୍ ଏମିତି ଏକ ସମାଧାନ ଯାହା ଚିକିତ୍ସକଙ୍କ ଦ୍ୱାରା ପ୍ରସ୍ତୁତ ହେଲା ପରେ ସିରିଞ୍ଜ ଦ୍ୱାରା ଇନଜେକ୍ଟ କରାଯାଇଥାଏ । ଭ୍ୟାକସିନକୁ କୋଲ୍ଡ ଷ୍ଟୋରେଜରେ ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ ରଖାଯାଇଥାଏ । ସେଥିପାଇଁ ଏହିସବୁ ଉତ୍ପାଦ ଅନଲାଇନ୍ ବିକ୍ରି କରାଯାଇପାରିବ ନାହିଁ । ସ୍ୱିସମେଡିକ୍ କହିଛି ଭ୍ୟାକସିନ ନେବା ପାଇଁ ଇଚ୍ଛୁକ ବ୍ୟକ୍ତି ନିଜ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।
Prev Post