oom

ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା : ଡୁମାଲ୍ ସମ୍ପ୍ରଦାୟର ନୂଆଁଖାଇ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର କୁଟାସିଂହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା ସହିତ, ମାହେଶ୍ଵରୀ ଦେବୀଙ୍କ ପୀଠରେ ନବର୍ଣ୍ଣ ଲଗାଇ ଡୁମାଲ୍ ସମ୍ପ୍ରଦାୟର ନୂଆଁଖାଇ ସମ୍ପର୍ନ୍ନ ହୋଇଯାଇଛି । ସହ ସହ ପୂର୍ବରୁ ପାଟଣା ମହାରାଣୀ ଏହି ମାହେଶ୍ଵରୀ ଦେବୀ ମହୁଲ ଗଛ ତଳେ ସ୍ଥାପନ କରିଥିଲେ । ସେହିଦିନ ଠାରୁ ମାହେଶ୍ଵରୀଙ୍କ ପୂଜା ଗାଁର ପିଢ଼ି ଅନୁସାରେ ଗୌନ୍ତିଆ ଏହି ପୂଜା କରିଆସୁଛନ୍ତି । ବର୍ତ୍ତମାନର ପୂଜକ ଶମ୍ଭୁ ପ୍ରସାଦ ମହାକୁର ପୂଜା କରୁଛନ୍ତି । ଏହି ପୂଜାକୁ ତାଙ୍କ ବଡ ପୁଅ ସଞ୍ଜୟ ମହାକୁର ସହୟୋଗ କରୁଛନ୍ତି । ବରୁଆ ହେଉଛନ୍ତି ଘନ ମେଶୁଆ, ପୁଝାରୀ ହେଉଛନ୍ତି ଲକ୍ଷ୍ମଣ ଯୋଷୀ । ପ୍ରତିବର୍ଷ ଶ୍ରଦ୍ଧାଳୁ ମାନେ ମାନସିକ ରଖି ମନ୍ଦିରରେ ଅଧିଆ ପଡ଼ି, ଗୁହାରି କରିଥାନ୍ତି ଏବଂ ଏହି ସବୁ ମନସ୍କାମନା କରିଛନ୍ତି ମାଁ ମାହେଶ୍ଵରୀ । ଏହି ମାହେଶ୍ଵରୀ ଦେବୀଙ୍କୁ ଦଶହରା ମାସର ମୂଳାଷ୍ଟମିରୁ ପୂଜା ଆରମ୍ଭ କରି ମହାଳୟା ଦିନ ଖଣ୍ଡ ଲେଉଟା, ଅଷ୍ଟମୀ ଦିନ ଦେବୀ ନଦୀକୁ ଗାଧୋଇ ଯାଇ ଗାଁର ଭାଇ ଜିଉଁନ୍ତିଆ କୋଠିରେ ଶ୍ରଦ୍ଧାଳୁ ମାନଙ୍କ ଦୁଃଖ ବୁଝିଥାନ୍ତି । ତାପରେ ମନ୍ଦିରକୁ ଫେରି ନିଶା ରାତି ପୂଜା ହୋଇଥାଏ । ସକାଳେ ନବମୀ ହୋମ ହୋଇ ପୁଣି ପୂଜା ଅର୍ଚ୍ଚନା କରି ମାଁ ମାହେଶ୍ଵରୀ ଶ୍ରଦ୍ଧାଳୁଙ୍କ ଦୁଃଖ ବୁଝିଥାନ୍ତି । ଏହି ଯାତ୍ରାରେ ମହେନ୍ଦ୍ର ମହାକୁର, ବୁଧୁ ଗଡୁଆ, ପାବି ଖେତି, ଡକ୍ଟର ଖେତୀ, ରାଜେନ୍ଦ୍ର କଲତା, କପିଲ ଗଦୁଆ, ବ୍ୟାସଦେବ ବଢେଇ, ଗୋପବନ୍ଧୁ ମହାକୁର, ପିତାମ୍ବର କଣ୍ଟା, ସରୋଜ ଦନାକ, ଅରବିନ୍ଦ ଚାନ୍ଦ, ପରଦେଶୀ ଦେହେରି ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥାନ୍ତି ।

jittmm
Leave A Reply

Your email address will not be published.