ବରଦା ଗ୍ରାମର ମା’ ବରଦେଶ୍ଵରୀ ମନ୍ଦିରରେ ନବରାତ୍ରି ପୂଜା ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲାଡ ଗ୍ରାମ ପଞ୍ଚାୟତର ବରଦା ଗ୍ରାମରେ ଗତ ୨୦୨୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ମା’ ବରଦେଶ୍ଵରୀ କାଳୀ ମନ୍ଦିରରେ ନବରାତ୍ରି ପୂଜା ପାର୍ବଣ ନେଇ ଖୁବ୍ ଚଳଚଞ୍ଚଳ ହୋଇ ଉଠିଛି । ଦୈନିକ ଅଗଣିତ ଭକ୍ତଜନଙ୍କ ଗହଳିରେ ଏବଂ ମନ୍ଦିରରେ ଚଣ୍ଡୀପାଠ ହୋମଯଜ୍ଞ, ମନ୍ତ୍ରପାଠ ଆଦି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହେଇ ଗ୍ରାମ ପରିବେଶକୁ ଆଧ୍ୟାତ୍ମିକ ବାତାବରଣରେ ମୁଖରୀତ ସୃଷ୍ଟି କରିଛି । ଗ୍ରାମବାସୀଙ୍କ ସହଯୋଗରେ ବରଦା ଗ୍ରାମର ମା’ ବରଦେଶ୍ଵରୀ ଦେବୀଙ୍କ ନବରାତ୍ରି ପୂଜା ସୁରୁଖରେ ସମ୍ପନ୍ନ ହୋଇଯାଛି । ଶନିବାର ସକାଳେ ଦେବୀ ଦଶଭୁଜା ଅବତରି ବିଜୟୀ ଦଶମୀ ଭାବେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ମନ୍ଦିର ପୂଜା କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.