ଭକ୍ତ ଦାସିଆ ପୀଠରେ ମାଁ ‘ ବିମଳାଙ୍କ’ ଚଣ୍ଡୀପାଠ ଓ ପତ୍ରିକା ଲୋକାର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପୁରୀ ଜିଲ୍ଳାର ବାଲିଗାଁ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଶ୍ୱ ମନ୍ଦିରରେ ମାଁ ବିମଳାଙ୍କର ତ୍ରୟୋଦିବସୀୟ ଚଣ୍ଡୀପାଠର ଅଷ୍ଟମୀ ତିଥିରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ସର୍ବ ଦେବାଦେବୀ ଆବାହନ ମାଁଙ୍କ ଚଣ୍ଡୀପାଠ, ପୁଷ୍ପାଞ୍ଜଳୀ ଆଦି ନିର୍ଦ୍ଧାରିତ ରୀତିକାନ୍ତୀ ସୂଚାର ରୂପେ ବେଦାଚାର୍ଯ୍ୟ ରମେଶ ଚନ୍ଦ୍ର ପଣ୍ଡା, ଲିଙ୍ଗରାଜ ପଣ୍ଡା, ପ୍ରସନ୍ନ କୁମାର ପଣ୍ଡାଙ୍କ ଦ୍ୱାରା ସମ୍ପାଦିତ ହୋଇଥିବା ବେଳେ ମୁଖ୍ୟ କର୍ତ୍ତା ଭାବେ ଆଇନଜୀବୀ ସରୋଜ କୁମାର ସାହୁ ଏବଂ ତାଙ୍କ ଧର୍ମ ପତ୍ନୀ ସବିତା ସାହୁ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରତ୍ୟେହ ସମସ୍ତ ଦେବାଦେବୀଙ୍କ ଦୈନଦିନ ନୀତିକାନ୍ତୀ ସହ ମାଁଙ୍କ ନୂତନ ବସ୍ତ୍ର, ପୁଷ୍ପ ସଜ୍ଜା, ନାମ ସଂକୀର୍ତ୍ତନ ମଧ୍ୟରେ କ୍ଷୁଦ୍ର ପଲ୍ଲିଗ୍ରାମଟି ଉତ୍ସବ ମୁଖର ହୋଇ ଉଠିଥିଲା । ଭକ୍ତ ଦାସିଆ ସ୍ମୃତି କମିଟିର ଏହି ପବିତ୍ର ଦୁର୍ଗାପୂଜା ଅବସରରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମାସିକ ସମୀକ୍ଷା ବୈଠକରେ ଆସନ୍ତା କୁମାର ପୂଣ୍ଣିମାରେ ମାଁ ଲକ୍ଷ୍ମୀଙ୍କ ପୂଜା ପବିତ୍ର କାର୍ତ୍ତିକ ମାସବ୍ୟାପୀ ପୀଠରେ ପ୍ରାତଃ ୬ ଘ. ରୁ ସଂନ୍ଧ୍ୟା ୬ ଘ. ନାମ ସଂକୀର୍ତ୍ତନ ସହ କାର୍ତ୍ତିକ ଶୁକ୍ଳପକ୍ଷ ବଡ଼ ଏକାଦେଶୀ ତିଥିରେ ଭକ୍ତ ଦାସିଆଙ୍କ ଜୟନ୍ତୀ ଉତ୍ସବ ସଂପର୍କରେ ବିଶଦ ଆଲୋଚନା କରାଯାଇଥିଲା । ପରେ ତ୍ରୟୋମାସିକ ଆଧ୍ୟାତ୍ମିକ ପତ୍ରିକା ଭାବକୁ ନିକଟର ୯ମ ବର୍ଷର ୩ୟ ସଂସ୍କରଣ ଲୋକାର୍ପିତ ହୋଇଥିଲା । ଅନୁଷ୍ଠାନର ସାଧାରଣ ସଂପାଦକ ଡଃ. ଘନଶ୍ୟାମ ସ୍ୱାଇଁ, ବିରିଷ୍ଟ ଟ୍ରଷ୍ଟି ଅଜ୍ଜୁର୍ନ ଚରଣ ସାମଲ, ବିଶିଷ୍ଟ ସମାଜସେବୀ ଲାବଣ୍ୟ ଶବର, ଶିକ୍ଷାବିତ ଡ଼ଃ. ଚିତ୍ତରଞ୍ଜନ ମିଶ୍ର, ବୃନ୍ଦାବନ ମହାପାତ୍ର, ମନୋରଞ୍ଜନ ମହାନ୍ତି, ଅଜୟ ଦାସ, ଚିତ୍ତରଞ୍ଜନ ସେନାପତି, ସ୍ୱୟଂ ପ୍ରକାଶ ପରିଡ଼ା, ରମେଶ ଚନ୍ଦ୍ର ପ୍ରଧାନ, ଶିବ ପ୍ରସାଦ ସ୍ୱାଇଁ, ସନାତନ ବିଶ୍ୱାଳ, ପ୍ରତାପ ଚନ୍ଦ୍ର ଦାସ, କବିନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.