ଗୋଲାମୁଣ୍ଡାରୁ ଭୁବନେଶ୍ୱର ପଦଯାତ୍ରା ଟିମ୍‌ଙ୍କୁ ସଇଁତଲା ଭବ୍ୟ ସମ୍ବର୍ଦ୍ଧନା

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରାସ୍ତା ଦେଇ ଗୋଲାମୁଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପଦଯାତ୍ରା ଟିମ୍‌ଙ୍କୁ ସଇଁତଲା ଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିରେ ଜନ ସଂଗ୍ରାମ ସମିତି ସଭାପତି ସାଉଳ ମଙ୍ଗରାଜଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷିଭିର୍ତ୍ତିକ ଶିଳ୍ପ, ସ୍ଥାନୀୟ ନିଯୁକ୍ତି, ରେଳ ଲାଇନ ସଂଯୋଗୀକରଣ, ଜଳ ସେଚନ, ଜଙ୍ଗଲ ଜମି ସ୍ଥାୟୀ ପଟ୍ଟା ପ୍ରଦାନ ଓ ଇତ୍ୟାଦି ୨୫ ଗୋଟି ଦାବୀ ନେଇ ଗତ ୨ ତାରିଖ ଦିନ ଠାରୁ ଗୋଲାମୁଣ୍ଡା ବାହାରି ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଅଞ୍ଚଳର ସମସ୍ୟା ନେଇ ଦାବୀ କରାଯିବ ବୋଲି ସଭାପତି ଶ୍ରୀ ମଙ୍ଗରାଜ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସଇଁତଲା ଠାରେ ସମାଜସେବୀ ବିନୋଦ ନାଗ ଉଭୟ ପଦଯାତ୍ରା ସଂଗ୍ରାମୀ ଦଳଙ୍କୁ ସ୍ୱାଗତ କରିଥିଲେ । ଏହି ପଦଯାତ୍ରା ସମୟରେ ସମ୍ପାଦକ ଅନିଲ ମଲ୍ଲିକ, ଅସାରୁ ମାଝୀ, ଜୀବ ଶଙ୍କର ନାଏକ, ସଦାନନ୍ଦ ମାଝୀ, କୁମୁଦ ଗହୀର, ଲମ୍ବୁ ଜାଲ, ଫକୀର ମାଝୀ, ଗରାଙ୍ଗ ମାଝୀ, ନୀଳାମ୍ବର ମାଝୀ, ଦୁର୍ବଳ ମାଝୀ, ଲାଲ ମାଝୀ, କେଶବ ମାଝୀ, ରାହୁଲ ଛତ୍ରିଆଙ୍କ ସମେତ ୨୫ ଜଣ ଟିମରେ ସାମିଲ ଥିବା ଜଣାଯାଇଛି ।

Leave A Reply

Your email address will not be published.