ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ମଶାରି ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆରୁ ରକ୍ଷା ନିମନ୍ତେ ମଶାରି ବଣ୍ଟନ କରାଯାଇଛି । ଛତ୍ରପୁରର ବିରେଶ୍ୱର ମନ୍ଦିର ନିକଟସ୍ଥ ଦାମିଏନ ନଗରରେ ରହୁଥିବା ଅଧିବାସୀମାନଙ୍କୁ ଏହି ମଶାରି ବଣ୍ଟନ କରାଯାଇଥିଲା । କ୍ଲବର ସଭାପତି ଡକ୍ଟର ବିମଳ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଡିଜି ଯଜ୍ଞାଶିଷ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରୋଟାରିଆନ ବିଘ୍ନେଶ୍ୱର ବେହେରାଙ୍କ ପ୍ରଦତ୍ତ ମଶାରୀ ବଣ୍ଟନ କରିଥିଲେ । ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି ଅଜୟ, ଜୋନାଲ କୋର୍ଡିନେଟର ମିହିର ପାଣିଗ୍ରାହୀ, ଏଡିଏସଜି ଏସ ରେଖା ମହାନ୍ତି ଓ ପ୍ରଦ୍ୟୁମ୍ନ ବିଷୋୟୀ ଏହି ଅବସରରେ ଉପସ୍ଥିତ ଥିଲେ । ଚାର୍ଟର ସମ୍ପାଦକ ସୁରଜିତ ସାମନ୍ତରାୟ, ସୁଜିତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.